ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର୍‌: ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବର୍ଷକୁ ୧୨ଶହରୁ ଅଧିକ ଯୁବବର୍ଗଙ୍କୁ ସ୍ୱରୋଜଗାରର ବାଟ ଦେଖାଇବ

ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର୍‌: ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ମାଝିପାଲିଠାରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର(ଏସ୍‌ଆଇସି)ର ଉଦ୍‌ଘାଟନ କରାଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ସହିତ ଏହି ସେଣ୍ଟର ବର୍ଷିକୁ ୧୨ ଶହ ପିଲାଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ରୋଜଗାର ଓ ସ୍ୱରୋଜଗାରର ବାଟ ଦେଖାଇବ ବୋଲି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆପିଢ଼ିର ଯୁବକଯୁବତୀ ନିଜକୁ ଦକ୍ଷ କରିବା ମୋଦୀ ସରକାରଙ୍କ ଲକ୍ଷ୍ୟ ରହିଛି। ସ୍କିଲ୍ ଇଣ୍ଡିଆ ମିସନ ଅଧୀନରେ ଓଡ଼ିଶାର ଯୁବପିଢ଼ିଙ୍କୁ ଧନ୍ଦାମୂଳକ ତାଲିମ ଦେବାସହ ସେମାନଙ୍କର ଦକ୍ଷତା ବିକାଶ ପାଇଁ ସମ୍ବଲପୁରରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସମ୍ବଲପୁରରେ ୪ ହଜାର ବର୍ଗଫୁଟ ପରିମିତ ଜମିରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଦକ୍ଷତା ବିକାଶ ଓ ଯୁବ ସଶକ୍ତୀକରଣ ପ୍ରତି ମୋଦୀ ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ। ଏହି କେନ୍ଦ୍ରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି। ପ୍ରଶିକ୍ଷଣ ନିମନ୍ତେ ୩ଟି ଟ୍ରେନିଂ ହଲ୍‌ ଅଛି। ଯେଉଁଥିରେ ବର୍ଷକୁ ୧୨୦୦ରୁ ବେଶୀ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ।

ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟବସ୍ତୁ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଥମ ପର୍ୟ୍ୟାୟ ୨୪୦ ପିଲା ପ୍ରଶିକ୍ଷଣ ନେଇ ଦକ୍ଷ ହେବେ। ମିଡିଆ ଓ ମନୋରଂଜନ, ପର୍ଯ୍ୟଟନ ଓ ଆତିଥ୍ୟ ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଆଦି ଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଉଦ୍‌ଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe