ସ୍ବାମୀ-ସ୍ତ୍ରୀ କଳହ; ଶିଶୁ ପୁତ୍ରକୁ ଜଙ୍ଗଲରେ ଛାଡ଼ିଦେଲେ, ଦମ୍ପତି ଗିରଫ

Advertisment
ନାବାଳିକାକୁ ଅପହରଣ ଅଭିଯୋଗ, ଦୁଇ ଅଟକ

DNA India

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ ମସିନ୍ତା ଗ୍ରାମ ଜଙ୍ଗଲରୁ ଶିଶୁ ପୁତ୍ର ଉଦ୍ଧାର ଘଟଣାରେ ଅଭିଯୁକ୍ତ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଏମାନେ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ଲୀନା ହେମ୍ରମ୍‌ ଓ କାଇରୋ ଶୋୟ। ଉଭୟ ରାଉରକେଲାରେ ଶ୍ରମିକ ଭାବେ କାମ କରନ୍ତି। ଗତ ୧୨ ତାରିଖ ଦିନ ଏମାନେ ବସ୍‌ରେ ରାଉରକେଲାରୁ ଆସି ସନ୍ଧ୍ୟାରେ ଚାଲିଚାଲି ଲୀନାର ସମ୍ପର୍କୀୟ ମାମୁ ଘର ମସିନ୍ତା ଗ୍ରାମକୁ ଯାଉଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସେମାନେ ରାଗରେ ଶିଶୁକୁ ଜଙ୍ଗଲ ମଧ୍ୟରେ ଗୋଟିଏ ଗଛ ତଳେ ଛାଡ଼ି ଚାଲିଯାଇଥିଲେ।

୧୨ ତାରିଖ ରାତି ୯ ଟାରେ ମସିନ୍ତା ଗ୍ରାମ ନିକଟ ଜଙ୍ଗଲରୁ ଏକ ଶିଶୁର କାନ୍ଦ ଶୁଣି ଉକ୍ତ ଗ୍ରାମର ସରସ୍ବତୀ ମାଝି ଓ ତାଙ୍କ ସ୍ବାମୀ ରାଜେଶ ଏକ ଗଛ ମୂଳରୁ ୩ ମାସର ଶିଶୁ ପୁତ୍ରକୁ ପାଇଥିଲେ। ଅନ୍ୟପକ୍ଷରେ ଶିଶୁକୁ ଉଦ୍ଧାର କରି ଆଣିବା ପରେ ଗ୍ରାମବାସୀ ଜଣେ ଅଚିହ୍ନା ମହିଳା ଓ ଜଣେ ପୁରୁଷ ଜଙ୍ଗଲ ମଧ୍ୟରେ ଏଣେତେଣେ କିଛି ଖୋଜୁଥିବା ଦେଖି ସେମାନଙ୍କୁ ଅଟକ ରଖିବା ସହ ବାରକୋଟ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଆଜି ସକାଳେ ଉଭୟଙ୍କୁ ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଯାଇଥିଲା।

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ କାରଣରୁ ସେମାନେ ଶିଶୁକୁ ଜଙ୍ଗଲ ମଧ୍ୟରେ ଛାଡ଼ିଦେଇଥିବା ସ୍ବୀକାର କରିଥିଲେ। ଶିଶୁକୁ ଫେରାଇ ଦେବାକୁ ସେମାନେ ଅନୁରୋଧ କରିଥିଲେ ମଧ୍ୟ କୌଣସି ଆଇନସିଦ୍ଧ କାଗଜପତ୍ର ଦେଖାଇ ପାରିନଥିଲେ। ଅନ୍ୟ ପକ୍ଷରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅତୁଲ୍ୟ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ଚାଇଲ୍‌ଡ ଲାଇନ୍‌ ସଂଯୋଜକ ରମାକାନ୍ତ ସାହୁ ଥାନାରେ ଶିଶୁକୁ ହତ୍ୟା ଉଦ୍ୟମ ଓ ଶିଶୁ ପ୍ରତି ନିଷ୍ଠୁରତା ଅଭିଯୋଗରେ ଏତଲା ଦେଇଥିଲେ। ପୁଲିସ ଦମ୍ପତିଙ୍କୁ ଗିରଫ କରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe