ବିଧାନସଭା ଆଗରେ କିରୋସିନ ଢ଼ାଳି ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ: ସ୍ୱାମୀ-ସ୍ତ୍ରୀଙ୍କୁ କାବୁ କଲା ପୁଲିସ

Advertisment

୫ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ନୟାଗଡ଼ ଦମ୍ପତି

୫ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ନୟାଗଡ଼ ଦମ୍ପତି

ବିଧାନସଭା ଆଗରେ କିରୋସିନ ଢ଼ାଳି ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ: ସ୍ୱାମୀ-ସ୍ତ୍ରୀଙ୍କୁ କାବୁ କଲା ପୁଲିସ

ଭୁବନେଶ୍ବର: ବିଧାନସଭା ଆଗରେ ହାଇଡ୍ରାମା । କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମାହୁତି ଉଦ୍ୟମ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ମୁଖ୍ୟ ଫାଟକ ଆଗରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆତ୍ମାହୁତି ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଛି ଏବଂ କିରୋସିନ ଓ ଦିଆସିଲ ଜବତ କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡ଼ର ବୋଲି ଜଣାପଡିଛି । ତେବେ ଦୁହେଁ ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ଦମ୍ପତିଙ୍କ କହିବା ମୁତାବକ, ତାଙ୍କ ଝିଅ ପରିକୁ ମାରିଦିଆଯାଇଛି ।  କିଡନୀ,  ଆଖି ବିକି ଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe