ପାରିବାରିକ ଅଶାନ୍ତିରୁ ଦମ୍ପତିଙ୍କ ଆତ୍ମହତ୍ୟା

Advertisment
ସର୍ପାଘାତରେ ନାବାଳିକା ମୃତ
ପାଟପୁର: ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଘରୋଇ ଅଶାନ୍ତିକୁ କେନ୍ଦ୍ର କରି ଏକ ଦୁଃଖଦ ଘଟଣା ଘଟି ଯାଇଛି। ମାନସିକ ଭାରସାମ୍ୟ ହରାଇ ଗାଁର ପିଣ୍ଟୁ ସେଠୀ(୨୨) ଓ ପତ୍ନୀ ସ୍ଵପ୍ନା ସେଠୀ(୨୦) ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।
ସନ୍ଧ୍ୟାରେ ପିଣ୍ଟୁଙ୍କ ମା’ ବିଲରୁ ଆସି ଘରେ ପହଞ୍ଚିଥିଲେ। ଏହି ସମୟରେ ସେ ପୁଅ-ବୋହୂଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ପାଟପୁର ଥାନା ଏସ୍‌ଆଇ ଏସ୍‌. କେ. ଦିଗାଲ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ପୁଲିସ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି। ପ୍ରାୟ ୩ବର୍ଷ ତଳେ ଉଭୟେ ବାହା ହୋଇଥିଲେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଝଗଡ଼ା ହେଉଥିଲା। ଏହାକୁ କେନ୍ଦ୍ର କରି ଉଭୟେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏହି ଘଟଣା ପ୍ରଚାର ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe