ବେକର ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା

Advertisment
ବେକର ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା

kalinga tv

ଯାଜପୁର:ବେକରେ ଦଉଡ଼ି ଦେଇ ନବଦମ୍ପତି ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏପରି  କରାଯାଇଥିବା ପୁଲିସ ଅନୁମାନ କରୁଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ  ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର  ଦୀପକ  କୁମାର ନାଥ(୩୩)  ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିଶା ନାଥ(୨୦)ଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ ହୋଇଥିଲା।  ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା। ଅନ୍ୟପଟେ  ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି। ଅନିଶା ୬ ମାସ ‌ହେଲା ବାପ ଘରେ ରହୁଥିଲେ। ଗତ  ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଉଭୟ ପରିବାର କହୁଥିବା ବେଳେ  ବିଂଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe