ଋଣଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା

Advertisment

ବିଷ ପିଇଲେ, ରଶିରେ ଝୁଲିଲେ

ବିଷ ପିଇଲେ, ରଶିରେ ଝୁଲିଲେ

ପୁଲିସ ଜୁଲମ: ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

News Track Live, NewsTrack

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ର କାଙ୍କଡ଼ପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଟଙ୍କା ଶୁଝିନପାରି ଦମ୍ପତି ଆତ୍ମହତ୍ୟା କରିଛନ୍ତି। ବିଭିନ୍ନ ଘରୋଇ ସଂସ୍ଥାରୁ ଋଣ ନେଇ ସୁଧ ଟଙ୍କା ବଢ଼ିଗଲା ପରେ ତାହାକୁ ଶୁଝି ନ ପାରି କିପରି ମାନସିକ ଯନ୍ତ୍ରଣା ଭୋଗିବାକୁ ପଡୁଛି ଏବଂ ତାହାକୁ ସହ୍ୟ କରି ନପାରି ପରିବାର ଉଜୁଡି ଯାଉଛି, ଏହି ଘଟଣାରୁ ତାହା ସ୍ପଷ୍ଟ ହୋଇଛି। ଘଟଣାକୁ ନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମୃତ ଦମ୍ପତି ହେଲେ, ବିଶିକେଶନ ସାହୁ (୪୦) ଓ ତାଙ୍କ ପତ୍ନୀ ସ୍ତ୍ରୀ ମାମାଲି (୩୬)। ବିଶିକେଶନ ଦହିବରା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ ଘରୋଇ ସଂସ୍ଥାରୁ ସୁଧରେ ଋଣ ଆଣି ବିଭିନ୍ନ କାର୍ଯ୍ୟରେ ଲଗାଇଥିଲେ। ଗତ କିଛିଦିନ ହେବ ସେ କିଡ୍‌ନି ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏକପାଖରେ ରୋଗ, ଅନ୍ୟପାଖରେ ଋଣଭାର। ଫଳରେ ଉଭୟ ସ୍ବାମୀ-ସ୍ତ୍ରୀ ମାନସିକ ଯନ୍ତ୍ରଣା ମଧ୍ୟଦେଇ ଗତି କରୁଥିଲେ। ଶେଷରେ, ଏହି ମାନସିକ ଅଶାନ୍ତି ଅସହ୍ୟ ମଧ୍ୟ ହୋଇଥିଲା। ଉଭୟ ସ୍ବାମୀ ସ୍ତ୍ରୀ ଛାତ ଉପର ଆଜବେଷ୍ଟସ୍‌ ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ଆଜି ସକାଳୁ ପରିବାର ଲୋକ ଦେଖିଥିଲେ। ସେହି ଘରର କାନ୍ଥରେ ସେମାନେ ପ୍ରଥମେ ବିଷ ପିଇବା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରୁଥିବା ଲେଖାରହିଛି। ସେମାନଙ୍କର ଏକ ୧୨ ବର୍ଷର ପୁଅ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe