ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ପାର୍ବତୀପୁର ଗ୍ରାମରେ ପାରବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଘର ଭିତରୁ କବାଟ ବନ୍ଦ କରି ସ୍ବାମୀସ୍ତ୍ରୀ ପରସ୍ପର ବିଦ୍ୟୁତ୍ କରେଣ୍ଟ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଦମ୍ପତି ହେଲେ ପାର୍ବତୀପୁର ଗ୍ରାମର ମନୋଜ ମହାକୁଡ଼ (୨୭) ଓ ସସ୍ମିତା ମହାକୁଡ଼(୨୫)।
ଉଭୟଙ୍କ ବାହାଘରକୁ ୪ ବର୍ଷ ହୋଇଥିବା ବେଳେ ସେମାନଙ୍କର ୨ ବର୍ଷର ଏକ କନ୍ୟାସନ୍ତାନ ଅଛି। ମନୋଜ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ଘରେ ଭାଇଭାଉଜଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ରହୁଥିଲେ। ତେବେ ଗତକାଲି ମନୋଜ ଘରକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଆଜି ଅପରାହ୍ନଠାରୁ ଉଭୟ ଘର ଭିତରେ କବାଟ ବନ୍ଦ କରି ରହିଥିବା ବେଳେ ରାତି ହେବାକୁ ପରିବାର ଲୋକେ ତାଙ୍କୁ ଡାକିଥିଲେ। ତେବେ ଦୀର୍ଘସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ କବାଟ ଭଙ୍ଗା ଯାଇଥିଲା। ଉଭୟ ମୃତ ଅବସ୍ଥାରେ ତଳେ ଶୋଇଥିଲେ। ଏ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
Follow Us