ଋଣଭାର ଚାପରେ ଆତ୍ମହତ୍ୟା କଲେ ଦମ୍ପତି: ଆମ ଦୁଇଜଣଙ୍କ ଶବ ମୋ ଭଉଣୀ ଛୁଇଁବେନି...

Advertisment

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠାସାହି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଦମ୍ପତି ବିଜୟ ରାଉତ (୬୫) ଓ ତାଙ୍କ ପତ୍ନୀ ପଦ୍ମିନୀ ରାଉତ (୫୮) ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠାସାହି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଦମ୍ପତି ବିଜୟ ରାଉତ (୬୫) ଓ ତାଙ୍କ ପତ୍ନୀ ପଦ୍ମିନୀ ରାଉତ (୫୮) ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

gdgjdgjg

ବ୍ରହ୍ମବରଦା: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠାସାହି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଦମ୍ପତି ବିଜୟ ରାଉତ (୬୫) ଓ ତାଙ୍କ ପତ୍ନୀ ପଦ୍ମିନୀ ରାଉତ (୫୮) ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଦମ୍ପତି ଘର କାନ୍ଥରେ ଲେଖିଥିବା ଦୁଇ ଧାଡ଼ି ଲେଖା ସମସ୍ତଙ୍କୁ ହତବାକ୍‌ କରିଛି। ‘ଗ୍ରାମବାସୀଙ୍କୁ ଅନୁରୋଧ ଆମ ଶରୀର ପାଖକୁ ୩ ଭଉଣୀଙ୍କୁ ଆସିବାକୁ ଦେବନାହିଁ। ତାହା ହେଲେ ଆମ ଆତ୍ମା ଶାନ୍ତି ପାଇବ’ ବୋଲି ଲେଖିଛନ୍ତି। ବ୍ରହ୍ମବରଦା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ଦୁଇଟି ପୃଥକ୍‌ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବେଙ୍ଗାଲୁରୁଠାରେ କାମ କରୁଥିବା ଏକମାତ୍ର ପୁଅ ଘରକୁ ଆସିଲେ ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। 

ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ କୋଠାସାହି ଗ୍ରାମର ଏହି ଦମ୍ପତି ଗତ କିଛି ବର୍ଷ ମଧ୍ୟରେ ଏକାଧିକ ଗ୍ରୁପ୍‌ରୁ ଋଣ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଶୁଝିବା କଷ୍ଟକର ହୋଇଥିଲା। ଏ ନେଇ ବାପାଙ୍କ ନାମରେ ଥିବା କିଛି ଜମି ବିକ୍ରି କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ହେଲେ ଜମି ବିକ୍ରିରେ ତାଙ୍କର ତିନି ଭଉଣୀ ବାଧକ ସାଜିଥିଲେ। ଫଳରେ ଟଙ୍କା ଶୁଝି ନ ପାରି ମାନସିକ ଯନ୍ତ୍ରଣା ମଧ୍ୟରେ ଥିବା ପତିପତ୍ନୀ ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡ଼ିଥିଲେ। ଖବର ପାଇବା ପରେ ବ୍ରହ୍ମବରଦା ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ଋଣଭାର ସହିନପାରି ଏହି ଦମ୍ପତି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗାଁ ଲୋକେ କହୁଛନ୍ତି, କିନ୍ତୁ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ବ୍ରହ୍ମବରଦା ଥାନା ଅଧିକାରୀ ଅଂଶୁବାଳା ଦାସ ଗଣମାଧ୍ୟମକୁ କହିଛନ୍ତି। ମୃତ ବିଜୟ ରାଉତ ବିଭିନ୍ନ ସଂସ୍ଥାରୁ ଋଣ କରିଥିବାବେଳେ ଏକ ଅଟୋ କିଣି ଭଙ୍ଗାଲୁହା ବ୍ୟବସାୟ କରୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ତାଙ୍କର ଏକମାତ୍ର ପୁଅ ବେଙ୍ଗାଲୁରୁଠାରେ ଏକ ଘରୋଇ କମ୍ପାନିରେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe