୨୪ ଘଣ୍ଟା ମଧ୍ୟରେ ଚାଲିଗଲେ ଦମ୍ପତି

Advertisment

କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ଆତ୍ମହତ୍ୟା, ଚିକିତ୍ସାଧୀନ ସ୍ତ୍ରୀଙ୍କ ମୃତ୍ୟୁ

କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ଆତ୍ମହତ୍ୟା, ଚିକିତ୍ସାଧୀନ ସ୍ତ୍ରୀଙ୍କ ମୃତ୍ୟୁ

ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ବିଜେପୁର : କରୋନାର କରାଳରେ ଉଜୁଡ଼ି ଯାଉଛି କେତେ ସଂସାର। ପ୍ରତିଦିନ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଦୃଶ୍ୟ। ପୁଣି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ ଲାଉମୁଣ୍ଡା ପଞ୍ଚାୟତ ସାତବନ୍ଧ ଗ୍ରାମରେ। କରୋନା ଆତଙ୍କ ୨୪ ଘଣ୍ଟା ମଧ୍ୟରେ ଏହି ଗାଁର ଏକ ଦମ୍ପତିଙ୍କ ଜୀବନ ନେଇଛି।

ପ୍ରକାଶ ଯେ, ସାତବନ୍ଧା ଗ୍ରାମର ଅର୍ଜୁନ ମେହେର (୭୩) ଓ ତାଙ୍କ ସ୍ତ୍ରୀ ଚହଳ ମେହେର କିଛି ଦିନ ତଳେ ଜ୍ୱର ହୋଇଥିବାରୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ଉଭୟଙ୍କ ପରୀକ୍ଷା ପରେ କେବଳ ଅର୍ଜୁନ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ମାତ୍ର କୌଣସି କାରଣରୁ ଚହଳଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅର୍ଜୁନ ସେଠାରୁ ଔଷଧ ନେଇ ଘରକୁ ଆସିଥିଲେ। କିନ୍ତୁ ସେ ମାନସିକ ଭାରସାମ୍ୟ ହରାଇ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ଖବର ପାଇ ବିଜେପୁର ପୁଲିସ୍‌ ମାମାଲା ରୁଜୁ କରି ଶନିବାର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲା। ଅନ୍ୟପକ୍ଷରେ ବୁର୍ଲା ମେଡିକାଲରେ ଚହଳଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳୁ ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମର ମୁଖ୍ୟ ଜଳନ୍ଧର ପଟେଲ, ନିଷ୍ଠା ପରିବାରର ମାନସ ମେହେର, ଦୟାନିଧି ଷଡ଼ଂଗୀ, ସଂକେତ ଆଠଘରା ଶବ ସତ୍କାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe