ବିଷକ୍ରିୟା‌ରେ ଦମ୍ପତିଙ୍କ ମୃତ୍ୟୁ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ପାଞ୍ଚଆମ୍ବଗାଁରେ ଏକ ଦୁଃଖ ଘଟଣା ଘଟିଛି। ଗାଁରେ ରହୁଥିବା ଏକ ବୃଦ୍ଧ ଦମ୍ପତିଙ୍କ ବିଷକ୍ରିୟାରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଧୋବା ପ୍ରଧାନ(୬୦) ଓ ପତ୍ନୀ କୁନ୍ତଳା ପ୍ରଧାନ(୫୫)। ଏହି ଘଟଣା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି।

ସୂଚନା ଅନୁସାରେ ଧୋବା ଓ ତାଙ୍କ ପତ୍ନୀ ଘରେ ଏକୁଟିଆ ରହୁଥିଲେ। ତାଙ୍କର ପୁଅ ଅନ୍ୟତ୍ର ଘର କରି ରହୁଛନ୍ତି। ଧୋବା ବହୁ ଆର୍ଥିକ ଅଭାବ ସମସ୍ୟା ଦେଇ ଗତି କରୁଥିଲେ। ବୟସ ହୋଇ ଯାଇଥିବାରୁ ସେ କାମଧନ୍ଧା ମଧ୍ୟ କରିପାରୁ ନଥିଲେ। ଏପଟେ ପୁଅ ପାଖରେ ରହୁ ନଥିବାରୁ ସମସ୍ୟା ଆହୁରି ବଢ଼ିଥିଲା।

ତେବେ ଆଜି ହଠାତ୍‌ ସ୍ବାମୀ-ସ୍ତ୍ରୀ ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବା ପଡ଼ୋଶୀ ଖବର ପାଇଥିଲେ। ସ୍ବାମୀ ଧୋବାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅପରାହ୍‌ଣରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପତ୍ନୀ କୁନ୍ତଳାଙ୍କ ଅବସ୍ଥା ମଧ୍ୟ ସେତେଟା ଭଲ ନଥିଲା। କିନ୍ତୁ ସେ ଡାକ୍ତରଖାନା ଯାଇ ନଥିଲେ। ସ୍ବାମୀଙ୍କୁ ହରାଇ ସେ ଆହୁରି ଭାଙ୍ଗି ପଡ଼ିଥିଲେ। ପଡ଼ୋଶୀ ଲୋକ ଧୋବାଙ୍କ ଅନ୍ତିମ ସଂସ୍କାର ସାରି ଗାଁକୁ ଫେରିବା ପରେ ରାତିରେ ପତ୍ନୀ କୁନ୍ତଳାଙ୍କ ମୃତ୍ୟୁ ଘଟିଥିଲା। ତେବେ ବିଷକ୍ରିୟା ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe