ବଜ୍ରପାତରେ ସ୍ତ୍ରୀ ଆଗରେ ଟଳିପଡ଼ିଲେ ସ୍ବାମୀ

Advertisment
ବଜ୍ରପାତରେ ସ୍ତ୍ରୀ ଆଗରେ ଟଳିପଡ଼ିଲେ ସ୍ବାମୀ

ତିହିଡି : ଏମିତି ବି ମୃତ୍ୟୁ ଆସିଥାଏ। ବଜ୍ରପାତ ଭୟରେ ସ୍ବାମୀ ସ୍ତ୍ରୀ ରୋଷେଇ ଘରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତରେ ସ୍ବାମୀର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ୪.୩୦ ଘଟିକାରେ ଆରମ୍ଭ ହୋଇଥିଲା ଘଡଘଡି ସହ ବର୍ଷା ଓ ବଜ୍ରପାତ। ତିହିଡି ତହସିଲ ଅଧିନ କାଁପଡା ପଞ୍ଚାୟତ ଚିଲପଦା ଗାଁର ଘାଉଲୀ ମଳିକଙ୍କ ପୁଅ ରମେଶ(୫୦) ଓ ତାଙ୍କ ସ୍ତ୍ରୀ ବାଡିରେ କାମ କରୁଥିବା ବେଳେ ବଜ୍ରପାତକୁ ଭୟ କରି ରୋଷେଇ ଘରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ରମେଶ ଟଳି ପଡିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe