ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅଳ୍ପକେ ବର୍ତ୍ତିଲେ ୨ ଶିଶୁ

Advertisment
ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅଳ୍ପକେ ବର୍ତ୍ତିଲେ ୨ ଶିଶୁ

ବୌଦ୍ଧ: କିଆକଟା ଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି। ରାସ୍ତାକଡ଼ରେ ଗାଡ଼ି ରଖି ଦୁଇ ଝିଅ ଚଲାପଥ ଉପରେ ଠିଆ ହୋଇ ମହାନଦୀ ଦେଖୁଥିଲେ। ବାଇକରେ ବସିଥଲେ ମିଟୁ ବେହେରା ଓ ତାଙ୍କ ପତ୍ନୀ ମନୋରମା ବେହେରା।

ଏହି ସମୟରେ କିଆକଟା ଆଡ଼ରୁ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ମିଟୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଣେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମନୋରମାଙ୍କ ମଧ୍ୟ ବୌଦ୍ଧ ଡାକ୍ତରଖାନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ କିଆକଟା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ପଞ୍ଚନାମା ପରେ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe