ସଡ଼କ ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

Advertisment
ସଡ଼କ ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥରେ ଥିବ‌ା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ କାର ସହ ବାଇକ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାବୁଲି ପ୍ରଧାନ। ଦୁହେଁ ଝିଅଘରୁ ନିଜ ଗାଁକୁ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ନାରାୟଣୀ ମନ୍ଦିର ରାସ୍ତାରୁ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ଯୋଗୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ କାବୁଲି ପ୍ରଧାନ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି କାରକୁ ଅଟକ ରଖିବା ସହ ତଦନ୍ତ ଚଳାଇଛି। ଏଣେ ଉଭୟଙ୍କର ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe