ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ସ୍ତ୍ରୀଙ୍କୁ ହୃଦ୍‌ଘାତ, ୧୦ ମିନିଟ୍‌ ବ୍ୟବଧାନରେ ଏକସାଙ୍ଗରେ ଆରପରିକୁ ଗଲେ ଦମ୍ପତି

ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ସ୍ତ୍ରୀଙ୍କୁ ହୃଦ୍‌ଘାତ, ୧୦ ମିନିଟ୍‌ ବ୍ୟବଧାନରେ ଏକସାଙ୍ଗରେ ଆରପରିକୁ ଗଲେ ଦମ୍ପତି

ରିଆମାଳ : ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ସାତ ଜନମ ପାଇଁ ସାଥୀ ହୋଇ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ। ଶେଷର ୧୦ ମିନିଟ୍‌ ମଧ୍ୟରେ ସାଥୀ ହୋଇ ଆରପରିକି ଚାଲିଗଲେ। ଶୁକ୍ରବାର ଏମିତି ଏକ ଘଟଣା ଘଟିଛି ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପଳସମା ପଞ୍ଚାୟତ ଖଇରିପାଲି ଗ୍ରାମରେ। ଉକ୍ତ ଗ୍ରାମର ମିଶ୍ର କୁମାର ବିଶ୍ୱାଳ (୪୫) ଓ ସ୍ତ୍ରୀ ମମତା ବିଶ୍ୱାଳ (୩୮)ଙ୍କ ଦଶ ମିନିଟ୍‌ ସମୟ ବ୍ୟବଧାନରେ ଆରପାରିକୁ ଚାଲି ଯାଇଛନ୍ତି।

ସୂଚନା ଅନୁସାରେ ଶ୍ରୀ ବିଶ୍ବାଳ ଶିକ୍ଷକ ଭାବରେ ନିକଟସ୍ଥ ତାଳକୁଦର ଗ୍ରାମରେ ଶିକ୍ଷକତା କରୁଥିଲେ। ବହୁଦିନ ଧରି ମଧୁମେହ ରୋଗରେ ପୀଡିତ ଥିବା ବେଳେ ବୁଧବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦେବଗଡ଼ ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଥିଲେ। ଆମ୍ବୁଲାନ୍‌ସରେ ଅକ୍ସିଜେନ ଦେଇ୍‌ ନିଆଯାଉଥିଲ। ବାଟରେ ଏକ ଗାଈ ଗାଡି ସାମ୍ନାକୁ ଆସି ଯିବାରୁ ଡ୍ରାଇଭର ବ୍ରେକ୍‌ ମାରି ଦେଇଥିଲେ। ଗାଡ଼ିରେ ଥିବା ସ୍ତ୍ରୀଙ୍କ ମୁଣ୍ଡ ଅକ୍ସିଜେନ୍‌ ଥଳିରେ ପିଟି ହୋଇଥିଲ। ସେ ସାମାନ୍ୟ ଆହତ ହୋଇଥିଲେ। ସ୍ୱାମୀଙ୍କୁ ଆଇସିୟୁ ଭର୍ତି କରି ଚକିତ୍ସା କରାଯାଉଥିଲ। ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ମମତାଙ୍କ ମେଡିକାଲରେ ହୃଦ୍‌ଘାତ ହୋଇଥିଲା। ତାଙ୍କୁ ମଧ୍ୟ ଆଇସିୟୁରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହ‌ାର ୧୦ ମିନିଟ୍‌ ପରେ ସ୍ୱାମୀ ଶ୍ରୀ ବିଶ୍ବାଳଙ୍କ ମୃତ୍ୟୁ ଘଟିଛି। ମମତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶ୍ରୀ ବିଶ୍ବାଳଙ୍କ କରୋନା ଟେଷ୍ଟ କରାଯାଇଥିଲ। ପଜିଟିଭ୍‌ ଆସିବାରୁ ତାଙ୍କ ଶବକୁ ରଖାଯାଇଅଛି।

ଏକ ସାଙ୍ଗରେ ଦମ୍ପତିଙ୍କ ମୃତ୍ୟୁ ପରି ଦୁଃଖଦ ଖବର ଜିଲ୍ଲାସାରା ଶୋକର ଛାୟା ଖେଳାଇ ଦେଇଛି। ଶ୍ରୀ ବିଶ୍ବାଳଙ୍କ ବାପାଙ୍କ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ବେଳେ ଘରେ ୮୦ ବର୍ଷର ବୃଦ୍ଧା ମା’ ଏବଂ ୧୬ ଓ ୯ ବର୍ଷର ଦୁଇ ପୁଅ ଅଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବେ ଶ୍ରୀ ବିଶ୍ବାଳ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe