ମହଙ୍ଗା ପଡ଼ିଲା ଆୟ ବର୍ହିଭୂତ ସଂପତ୍ତି ଠୁଳ : ୮ ମାସ ବ୍ୟବଧାନରେ ଚାକିରିରୁ ବିଦା ହେଲେ ଦମ୍ପତି

Advertisment
ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

Kashmir Observer

ରାୟଗଡ଼ା : ଜାନୁଆରୀରେ ସ୍ତ୍ରୀ, ନଭେମ୍ବରରେ ସ୍ବାମୀ ହରାଇଲେ ଚାକିରି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ସରକାର ଉଭୟଙ୍କୁ ଚାକିରିରୁ ବିଦା କରିଛନ୍ତି। ଭିଜିଲାନସ୍ ମାମଲା ଅନୁଯାୟୀ ସରକାର ଏହି ପଦକ୍ଷେପ ନେବା ପରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ମଧ୍ୟରେ ଏବେ କୋକୁଆ ଭୟ ଖେଳି ଯାଇଛି।

କାଶୀପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଦାମୋଦର ମଲ୍ଲିକଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। କୋରାପୁଟ ଦୁର୍ନୀତି ନିବାରଣ ବିଭାଗ କେସ ନଂ-୨୦/ତା-୧୬.୪.୨୦୧୨ ଅନୁଯାୟୀ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଚିଠି ନଂ ୧୭୦୮୦/ ତା- ୫.୧୧.୨୦୨୦ରେ ଶ୍ରୀ ମଲ୍ଲିକଙ୍କୁ ଚାକିରିରୁ ବହିଷ୍କାର ପାଇଁ ଆଦେଶ ଜାରି କରିଛି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀଙ୍କ ମୂଳ ବିଭାଗ ପଂଚାୟତରାଜ ଓ ଜଳ ଯୋଗାଣ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

publive-image

ସହକାରୀ ଯନ୍ତ୍ରୀ ଦାମୋଦର ମଲ୍ଲିକଙ୍କ ନାମରେ କୋରାପୁଟ ଭିଜିଲାନସ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାରଣା କରି ମାନ୍ୟବର ଜୟପୁର ସ୍ୱତନ୍ତ୍ର ଭିଜିଲାନସ ଅଦାଲତ ୧୯ ମାର୍ଚ୍ଚ ୨୦୧୮ରେ ଶ୍ରୀ ମଲିକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିବା ସହ ଦୁଇ ବର୍ଷ ଜେଲଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଥିଲେ। ୫୦ ହଜାର ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ରହିଛି। ଭିଜିଲାନସ୍ କୋର୍ଟର ନିର୍ଦେଶକୁ ଚ୍ୟାଲେଞ୍ଜ କରି ସହକାରୀ ଯନ୍ତ୍ରୀ ଶ୍ରୀ ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟରୁ ମାମଲା ହଟିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଛି। ଏହା ପୂର୍ବରୁ ଗତ ଜାନୁୟାରୀ ମାସରେ ତାଙ୍କ ପତ୍ନୀ ତଥା କଲ୍ୟାଣସିଂହପୁର ବ୍ଲକର ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଅନ୍ନପୂର୍ଣ୍ଣା ମଲିକଙ୍କୁ ସରକାର କାର୍ଯ୍ୟରୁ ବହିଷ୍କୃତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଚିଠି ନଂ- ୨୭୫/୨୦-୦୧-୨୦୨୦ ରେ ତାଙ୍କୁ ବହିଷ୍କୃତ କରାଯାଇଥିଲା। ସ୍ବାମୀ-ସ୍ତ୍ରୀ ଉଭୟଙ୍କ ନାମରେ ଆୟ ବହିର୍ଭିୂତ ସମ୍ପତ୍ତି ଠୁଳ ମାମଲା ହେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe