ପୋଖରୀରେ ବୁଡ଼ି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ୱାର୍ଡ ନମ୍ବର ୨ରେ ରହୁଥିବା ମିତ୍ରଭାନୁ ଭଇଁଷା ଓରଫ ଡିବି(୪୫)ଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ମିତ୍ରଭାନୁ ଓ ତାଙ୍କ ପତ୍ନୀ ରବିବାର ସନ୍ଧ୍ୟାରେ କାଳୀ ମନ୍ଦିର ହୁଡ଼ାସ୍ଥିତ ଉପର କଟା ପୋଖରୀରେ ଗାଧୋଉଥିବାବେଳେ ଉଭୟ ପାଣିରେ ବୁଡ଼ିଯାଇଥିଲେ। ତେବେ ପାଣି ଉପରକୁ ଜଣେ ମହିଳାଙ୍କ ହାତ ଦେଖାଯାଉଥିବା ଦେଖି ଜଣେ ପଡ଼ୋଶୀ ଚିତ୍କାର କରିଥିଲେ। ପାଟି ଶୁଣି ମିତ୍ରଭାନୁଙ୍କ ପୁଅ ପୋଖରୀରେ ପଶି ମା’ ଉଦ୍ଧାର କରିଥିଲେ। ପରେ ସେ ଜାଣିବାକୁ ପାଇଥିଲେ ବାପା ମଧ୍ୟ ପାଣିରେ ବୁଡ଼ି ଯାଇଛନ୍ତି। ରାତିରେ ସେ ଓ ଗାଁ ଲୋକ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଏ ନେଇ ସେ କୁଚିଣ୍ଡା ପୁଲିସକୁ ଜଣାଇଥିଲେ। ସୋମବାର ସକାଳେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ମିତ୍ରଭାନୁଙ୍କ ଶବ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe