ଅଭାବ ବଢ଼ାଇଲା ଦଂପତିଙ୍କ ଚିନ୍ତା; ସ୍ତ୍ରୀ ଉଚ୍ଚ ରକ୍ତଚାପ ଓ ସ୍ବାମୀ ଗାମୁଛାରେ ଜୀବନ ହାରିଲେ

Advertisment

ଭଙ୍ଗା ଦଦରା ମାଟି କୁଡ଼ିଆରେ ଦୟନୀୟ ଜୀବନ ବିତାଉଥିଲେ ଦଂପତି

ଭଙ୍ଗା ଦଦରା ମାଟି କୁଡ଼ିଆରେ ଦୟନୀୟ ଜୀବନ ବିତାଉଥିଲେ ଦଂପତି

ଅଭାବ ବଢ଼ାଇଲା ଦଂପତିଙ୍କ ଚିନ୍ତା; ସ୍ତ୍ରୀ ଉଚ୍ଚ ରକ୍ତଚାପ ଓ ସ୍ବାମୀ ଗାମୁଛାରେ ଜୀବନ ହାରିଲେ

ରିଆମାଳ: ଦାରିଦ୍ର୍ୟ ଓ ପରିବାର ସମସ୍ୟା ପାଇଁ ଚିନ୍ତା ଗ୍ରସ୍ତରେ ଜୀବନ ହାରିଲେ ଦମ୍ପତି। ବୃଦ୍ଧ ଅବସ୍ଥାରେ ସ୍ତ୍ରୀର ଏକାଦଶାହ ନ ସରୁଣୁ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନାଉଲିପଡା ପଞ୍ଚାୟତ ଅନ୍ତର୍ଗତ ତିଲେଇପଶି ଗ୍ରାମରେ ଦେଖା ଦେଇଛି। ସ୍ତ୍ରୀ ଉଦିଆ ମାହାର (୫୭) ଗତ ଗୁରୁବାର ଉଚ୍ଚ ରକ୍ତଚାପ ଯୋଗୁଁ ପ୍ରାଣ ହରାଇଥିବା ବେଳେ ତାଙ୍କର ଏକାଦଶାହ ହୋଇ ନାହିଁ। ସ୍ତ୍ରୀ ଦେହାନ୍ତକୁ ୬ ଦିନ ହୋଇ ଥିବା ବେଳେ ଚିନ୍ତାରେ ଭାଳି ଭାଳି ବୁଧବାର ସକାଳେ ସ୍ବାମୀ କଳାକାର ମାହାର (୬୧) ଘର ପଛପଟେ ଏକ ପଣସ ଗଛରେ ଗମୁଛାରେ ଆତ୍ମହତ୍ୟା କରିଥିବା ଘଟଣା ଜିଲ୍ଲାରେ ଶୋକରେ ଛାୟା ଖେଳିଯାଇଛି।

ଖବର ପାଇ ରିଆମାଳ ଥାନା ପୁଲିସ ଶବକୁ ଜବତ କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଗତ ଗୁରୁବାର ସ୍ତ୍ରୀ ଉଚ୍ଚ ରକ୍ତଚାପର ଶିକାର ହୋଇ ଥିଲା। ତାଙ୍କୁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ଘରକୁ ପରିବାର ଘରକୁ ନେଇଥିଲେ। ଘରେ ମୃତ୍ୟୁ ଘଟିଥିଲା। ସ୍ତ୍ରୀ ଏକାଦଶାହ ଓ ନାତିର ଯତ୍ନ କିଭଳି ନେବି ଚାନ୍ତାରେ ଶିକାର ହୋଇ କଳାକାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଥାଉକି କଳାକାର ଓ ତାଙ୍କ ପରିବାର ଅନ୍ୟ ୩ ଜଣ ସଦସ୍ୟ ଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥା ଥିଲେ। ବାସ ଉପେଯାଗୀ ଘର ନ ଥିବା ବେଳେ ଓଳି ତଳେ ପଲିଥିନ ଘୋଡାଇ ଝାଟି ମାଟି କୁଡିଆରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରୁଥିଲେ। ଉକ୍ତ ପରିବାରର ସାହା କହିଲେ କେବଳ ସରକାରରୁ ପାଉଥିବା ମାସିକ ୨୦ କେ.ଜି. ଚାଉଳ। ବସବାସ କହିଲେ କେବଳ ଖୋଲା ଆକାଶ ତଳ ଛାତ ଥିବା ଭଙ୍ଗା ଘର। ଚାରିଆଡ଼େ ମେଲା। ବର୍ଷା ଆସିଲେ ନିକଟରେ ଥିବା ପାହାଡ଼ ପାଣି ସବୁ ଘରେ ପଶି ଥାଏ। ନିକଟସ୍ଥ ସାଉକାର ମାନଙ୍କ ପାଖରେ କାମ କରି ଅତି କଷ୍ଟରେ ଜୀବନ ବଞ୍ଚାଇ ଆସିଥିଲେ। ପୁଅ ପ୍ରଦୀପ ମାହାର (୨୬) ମାନସିକ ରୋଗୀ ଥିବା ଏପଟ ସେପଟେ ବୁଲିଥାଏ। ୫ ବର୍ଷ ହେଲା ବୋହୁ ଘର ଛାଡ଼ି ଚାଲି ଯାଇଥିଲା। ତାଙ୍କର ଏକ ୭ ବର୍ଷର ନାତି ସମ୍ବିତକୁ ଅଜା ଆଈ ବହୁତ କଷ୍ଟରେ ଲାଳନ ପାଳନ କରୁଥିଲେ। ଅନ୍ତର୍ଦ୍ଦୟ ଯୋଜନାରେ ଚାଉଳ, ଭତ୍ତା, ଘର ପାଇଁ ବହୁବାର ଦାବି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନ ଥିଲେ। କଳାକାର ଗତ ମାସ ଠାରୁ ଭତ୍ତା ପାଉଥିବା ଜଣାପଡ଼ିଛି। ବର୍ତ୍ତମାନ ଅସହ୍ୟ ନାତି ସମ୍ପର୍କୀୟ ଘରେ ଅଛି। ତାର ଅବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ। ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡ ଲାଇନ ବିଭାଗ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe