ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମ ମୁଣ୍ଡାସାହିର ଦମ୍ପତି ହାତୀ ହାବୁଡ଼ରୁ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୮ଟାବେଳେ ଘନ ମୁଣ୍ଡା (୩୫) ଓ ତାଙ୍କ ସ୍ତ୍ରୀ ରୀନା ମୁଣ୍ଡା ଏକ ବାଇକ୍ ଯୋଗେ ତେଲକୋଇ ଥାନା ପାଟଖଳି ଗ୍ରାମରୁ ନିଜ ଘରକୁ ଫେରୁଥିଲେ। ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନମକାନି-କୁଣ୍ଢେଇହତା ଜଙ୍ଗଲିଆ ରାସ୍ତାରେ ଦୁଇଟି ହାତୀ ରାସ୍ତା ପାର ହେଉଥିବା ବେଳେ ସାମ୍ନାସାମ୍ନି ହୋଇଯାଇଥିଲେ। ୩୦/୪୦ ମିଟର ଦୂରରେ ହାତୀ ଥିବାରୁ ଉଭୟ ଭୟଭୀତ ହୋଇ ବାଇକ୍ ବୁଲାଇ ପଛକୁ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ହାତୀ ଗଲା ପରେ ଉଭୟ ବହୁ କଷ୍ଟରେ ଘରକୁ ଫେରିଥିଲେ। ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ହାତୀ ହାବୁଡ଼ରୁ ବର୍ତ୍ତିଲେ ଦମ୍ପତି
Advertisment
Follow Us