ଦମ୍ପତିଙ୍କୁ ଚାପିଦେଲା ଟ୍ରକ୍‌: ତୀବ୍ର ଉତ୍ତେଜନା, କଟକ-ଭୁବନେଶ୍ବର ରାସ୍ତା ଜାମ୍

ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ଗୋପାଳପୁର ନିକଟ କାଠଯୋଡ଼ି ବ୍ରିଜ ଶେଷ ଭାଗରେ ଏକ ଟ୍ରକ୍ ଚାପି ଦେଇଛି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସହିତ ରାସ୍ତାରୋକ ହୋଇଛି।

sfsfsfxccx

ଫୁଲନଖରା: ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ଗୋପାଳପୁର ନିକଟ କାଠଯୋଡ଼ି ବ୍ରିଜ ଶେଷ ଭାଗରେ ଏକ ଟ୍ରକ୍ ଚାପି ଦେଇଛି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସହିତ ରାସ୍ତାରୋକ ହୋଇଛି। ଫଳରେ ରାତି ସାଢ଼େ ୯ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକ-ଭୁବନେଶ୍ବର ଜାତୀୟ ରାଜପଥ ଜାମ୍ ହୋଇଯାଇଛି। ସୂଚନା ଅନୁଯାୟୀ ଭୁବନେଶ୍ବର ଧଉଳି ଥାନା ଅନ୍ତର୍ଗତ ଡେଲ୍‌ଟା କଲୋନି ଉତ୍ତରା ଛକ ଅଞ୍ଚଳରେ ରହୁଥିବା ଜଗତସିଂହପୁର ଅଞ୍ଚଳର ମୂଳ ବାସିନ୍ଦା ଦେବୀପ୍ରସାଦ ପାଲ (୫୬) ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ (୪୯) ଡାକ୍ତରଙ୍କ ପରାମର୍ଶ ନେବାକୁ ଆଜି କଟକ ଆସିଥିଲେ। ସେମାନେ ଘରକୁ ଫେରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ୍ ଉଭୟଙ୍କୁ ପଛରୁ ଧକ୍କା ଦେଇଥିଲା।

ଦମ୍ପତି ତଳେ ପଡ଼ିଯାଇଥିବା ବେଳେ ଟ୍ରକ୍ ଚକ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ସଦର ଓ ମଧୁପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ବି ଉତ୍ତେଜନା ଲାଗି ରହିଥିଲା।  ଗଞ୍ଜାମ ଅଞ୍ଚଳର ଟ୍ରକ୍‌ ଡ୍ରାଇଭର ସନ୍ତୋଷ ପ୍ରଧାନକୁ ପୁଲିସ ଅଟକ ରଖିବା ସହିତ ଟ୍ରକକୁ ଜବତ କରିଛି। ପୁଲିସର ଉଦ୍ୟମ ସତ୍ତ୍ବେ ଅନେକ ସମୟ ପର୍ଯ୍ୟନ୍ତ ରାସ୍ତା ଜାମ୍ ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe