ଭୁବନେଶ୍ବର: ଗତ ଗୋଟେ ମାସ ମଧ୍ୟରେ ରାଜ୍ୟରେ ଆତ୍ମାହୁତିର ଅନେକ ଘଟଣା ଦେଖିବାକୁ ମିଳିଛି। ବାଲେଶ୍ବର ଘଟଣାଠାରୁ ଆରମ୍ଭ କରି ବରଗଡ଼ର ନାବାଳିକା ଆତ୍ମାହୁତି କରିବା ପର୍ଯ୍ୟନ୍ତର ଘଟଣାଗୁଡ଼ି ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି। ଏଭଳି ଘଟଣା ଘଟିବା ପରେ ଅନେକ ଲୋକ ଦାବି ପୁରୁଣ ନହେଲେ ଆତ୍ମାହୁତି ହିଁ ଏକମାତ୍ର ବାଟ ବୋଲି ଭାବି ନେଇଛନ୍ତି, ଯାହା ଆଜି ଭୁବନେଶ୍ବରରେ ଘଟିଥିବା ଘଟଣାରୁ ପ୍ରମାଣ ହୋଇଛି। ଜଣେ ଦମ୍ପତି ନିଜ ଝିଅକୁ ଧରି ଆତ୍ମାହୁତି ପାଇଁ ବୌଦ୍ଧ ଜିଲ୍ଲାରୁ ଭୁବନେଶ୍ବର ଆସିଥିବା ଜଣାଯାଇଛି।
ଦୁରାରୋଗ୍ୟ ଭଲ ହେଉନଥିବା ବେଳେ ୭ବର୍ଷର ଶିଶୁ କନ୍ୟାକୁ ଧରି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ମାତାପିତା ଆତ୍ମାହୁତି କରିବାକୁ ଆସିଥିବା ଦାବି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ମୁତାବକ, ଦମ୍ପତି ବୌଦ୍ଧ ଜିଲ୍ଲାରେ ଥିବା କୋଟଶିଙ୍ଗାର ବାସିନ୍ଦା। ଝିଅର ଦୁରାରୋଗ୍ୟ ଭଲ ହେଉନଥିବାରୁ ସେ ପ୍ରଥମେ ଜିଲ୍ଲାପାଳଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ ତାଙ୍କୁ ସାହାଯ୍ୟ ନମିଳିବାରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାହାଯ୍ୟ ମାଗିବାକୁ ଭୁବନେଶ୍ବର ଆସିଥିବା କହିଛନ୍ତି।
ପୁଲିସ କହିଛି ଯେ, ଦମ୍ପତି ନିଜ ୨ସନ୍ତାନ ସହ ଆତ୍ମହୁତି ଦେବା ପାଇଁ ବିଧାନସଭା ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ପଚରାଉଚରା ପରେ ଝିଅର ରୋଗ ଭଲ ହେଉ ନଥିବାରୁ ଭୁବନେଶ୍ୱରକୁ ଆତ୍ମାହୁତି ପାଇଁ ଆସିଥିବା ସେମାନେ କହିଛନ୍ତି I
Follow Us