ବିଦ୍ୟୁତ୍‌ ଆଘାତରେ ଦମ୍ପତି ମୃତ

Advertisment
ବିଦ୍ୟୁତ୍‌ ଆଘାତରେ ଦମ୍ପତି ମୃତ

SA.GOV.AU - logo

କଣାସ/ଗଡ଼ିଶାଗୋଦା : କଣାସ ବ୍ଲକ୍‌ କୃଷ୍ଣ ନଗରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ବାଡ଼ିକୁ ଫୁଲ ତୋଳିବାକୁ ଯାଇଥିବା ବେଳେ ଏଲ୍‌ଟି ଲାଇନ୍‌ ସଂସ୍ପର୍ଶରେ ଆସିବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ନିଶାମଣି ସେଠୀ(୫୮) ଓ ତାଙ୍କ ସ୍ବାମୀ ଗୋକୁଳ ସେଠୀ (୬୫)। ଏହାକୁ କେନ୍ଦ୍ର କରି କଣାସ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଉତ୍ୟକ୍ତ ଲୋକେ ଥାନା ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କଣାସ ଥାନା ଅନ୍ତର୍ଗତ କୃଷ୍ଣ ନଗରରେ ରହୁଥିବା ନିଶାମଣି ସେଠୀ ଆଜି ସକାଳେ ତାଙ୍କ ବାରିପଟକୁ ଫୁଲ ତୋଲିବାକୁ ଯାଇଥିଲେ। ସେଠାରେ ସେ ଚାର୍ଜ ଥିବା ଏକ ଏଲ୍‌ଟି ଲାଇନ୍‌ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍‌ ତାରରେ ଆଘତପ୍ରାପ୍ତ ହୋଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ଗୋକୁଳ ସେଠୀ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେଠାରେ ଟଳି ପଡ଼ିଥିଲେ। ଏହି ସମୟରେ ପଡ଼ୋଶୀ ମିନୀତି ସେଠୀ ପାଟିକରି ସମସ୍ତଙ୍କୁ ଜଣାଇବାରୁ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କଣାସ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କ୍ୟାପିଟାଲ୍ ହସ୍‌ପିଟଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe