ଜାଲ୍‌ ବିଲ୍‌ ଦେଇ ଅର୍ଥ ଆତ୍ମସାତ୍‌, ନାଲ୍‌କୋରୁ ବହିଷ୍କୃତ ହେଲେ ଅଧିକାରୀ ଦମ୍ପତି

Advertisment
ଜାଲ୍‌ ବିଲ୍‌ ଦେଇ ଅର୍ଥ ଆତ୍ମସାତ୍‌, ନାଲ୍‌କୋରୁ ବହିଷ୍କୃତ ହେଲେ ଅଧିକାରୀ ଦମ୍ପତି

Twitter

ନାଲକୋନଗର : ଜାଲ୍‌ ବିଲ୍‌ ଦେଇ ନାଲକୋରୁ ଅର୍ଥ ଆତ୍ମସାତ୍‌ କରିବା ଅଭିଯୋଗରେ କମ୍ପାନିର ଏକ ଅଧିକାରୀ ଦମ୍ପତିଙ୍କୁ ବହି‌‌‌ଷ୍କାର କରାଯାଇଛି। ଏହି ଦମ୍ପତି ହେଉଛନ୍ତି ଅନୁଗୁଳ ନାଲ୍‌କୋ ସିପିପି ପ୍ଲାଣ୍ଟ ମାନବସମ୍ବଳ ବିଭାଗ ବରିଷ୍ଠ ପରିଚାଳକ ରାଜୀବ ନାରାୟଣ ସାହୁ ଓ ତାଙ୍କ ପତ୍ନୀ ସ୍ମେଲଟର୍‌ ପ୍ଲାଣ୍ଟ ମାନବସମ୍ବଳ ବିଭାଗ ପରିଚାଳକ ଡ.ଉଷା ସାହୁ।

ସୂଚନା ଅନୁଯାୟୀ, ଏହି ଦମ୍ପତି ୨୦୧୯ମସିହା ଡିସେମ୍ବର ମାସରେ ନାଲ୍‌କୋ ଦାମନଯୋଡି ପ୍ଲାଣ୍ଟରୁ ବଦଳି ହୋଇ ଅନୁଗୁଳ ପ୍ଲାଣ୍ଟକୁ ଆସିଥିଲେ। କର୍ମଚାରୀଙ୍କ ବଦଳି ପାଇଁ  କମ୍ପାନି  ଟ୍ରାନ୍‌ଜିଟ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ବହନ କରିଥାଏ। ଅଧିକାରୀ ଦମ୍ପତି ଟ୍ରାନ୍‌ଜିଟ୍‌ ଖର୍ଚ୍ଚ ବାବଦ ଦୁଇଟି ମିଥ୍ୟା ବିଲ୍‌ ଦେଇ କମ୍ପାନିର ଟଙ୍କା ଆତ୍ମସାତ କରିଥିବା ନେଇ ନାଲ୍‌କୋ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ନାଲ୍‌କୋ ପ୍ରଶାସନର ଏକ ତଦନ୍ତକାରୀ ଟିମ୍‌ ଏବଂ ନାଲକୋ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ତଦନ୍ତକରି ମିଥ୍ୟା ବିଲ ପୈଠ ଘଟଣାର ପର୍ଦ୍ଦାଫାସ୍‌ କରିଥିଲେ। ଉକ୍ତ ଜାଲିଆତି ସମ୍ପର୍କରେ ନାଲକୋ ପ୍ରଶାସନ ପକ୍ଷରୁ ଅଭିଯୁକ୍ତ ଅଧିକାରୀ ଦମ୍ପତିଙ୍କୁ ଅବଗତ କରାଯାଇଥିଲା। ମାତ୍ର, ଏହାକୁ ଉଭୟ ଅସ୍ବୀକାର କରିବା ସହ ଚ୍ୟାଲେଞ୍ଜ୍‌ କରିଥିଲେ। ଏଥି‌ଯୋଗୁଁ ସେ ଦୁଇଜଣଙ୍କୁ ଗତକାଲି ଚାକିରିରୁ ବହିଷ୍କାର କରାଯାଇଛି ବୋଲି ସିପିପି ମାନବସମ୍ବଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe