ପାରିବାରିକ କଳହରୁ ପୋଡ଼ିହୋଇ ଦମ୍ପତି ଗୁରୁତର, ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର

Advertisment
ପାରିବାରିକ କଳହରୁ ପୋଡ଼ିହୋଇ ଦମ୍ପତି ଗୁରୁତର, ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର

ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁରରେ ପୋଡ଼ିହୋଇ ଦମ୍ପତି ଗୁରୁତର ହୋଇଛନ୍ତି। ଆନନ୍ଦପୁର ଥାନା କାଠକଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ପରିବାରିକ କଳହରୁ ଜନୈକ ମହିଳା ନିଜ ଦେଶରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଛି।

ସୂଚନାଯୋଗ୍ୟ, କାଠକଟାର ସଞ୍ଜୟ ହୋ ଓ ତାଙ୍କ ପତ୍ନୀ ସସ୍ମିତା ହୋଙ୍କ ମଧ୍ୟରେ ଗତ କିଛି ଦିନଧରି ମନୋମାଳିନ୍ୟ ଥିବା କୁହାଯାଉଛି। ଉଭୟଙ୍କ ମଧ୍ୟରେ ଗତ ରାତିରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ସସ୍ମିତା ପ୍ରଥମେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କ ରକ୍ଷା କରିବାକୁ ଯାଇ ସଞ୍ଜୟ ବି ପୋଡ଼ି  ହୋଇଯାଇଥିଲେ। ବିଳମ୍ବିତ ରାତିରେ ଘରୁ ଚିତ୍କାର ଶୁଭିବାରୁ ପଡ଼ୋଶୀ ସେଠାରେ ପହଞ୍ଚିଥିଲେ।

ଉଭୟ ଜଳୁଥିବା ଦେଖି ସେମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ତତ୍‌କ୍ଷଣାତ ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe