ଗୋଟିଏ ଫାଶୀରେ ଝୁଲିଲେ ନବ ଦମ୍ପତି

Advertisment

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଶୋଇବା ଘର ଭିତରୁ ମୃତଦେହ ଉଦ୍ଧାର

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଶୋଇବା ଘର ଭିତରୁ ମୃତଦେହ ଉଦ୍ଧାର

ଗୋଟିଏ ଫାଶୀରେ ଝୁଲିଲେ ନବ ଦମ୍ପତି

ବାସୁଦେବପୁର : ଭଲ ପାଇ ବାହା ହୋଇଥିଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ସାଥୀ ହୋଇ ରହିବାକୁ ଶପଥ ନେଇଥିଲେ। ମାତ୍ର ସାତଟା ମାସ ବି ପୂରିଲା ନାହିଁ, ସାଥୀ ହୋଇ ସଂସାର ଛାଡ଼ି ଚାଲିଗଲେ। ଆଜି ବାସୁଦେବପୁର ଥାନା ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମରେ ଏମିତି ଏକ ନବ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଶୋଇବା ଘରୁ ଉଦ୍ଧାର କରାଯିବା ପରେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବିବାହର ଅଳ୍ପ କେତେ ମାସ ମଧ୍ୟରେ ଦମ୍ପତିଙ୍କ ଏଭଳି ଆକସ୍ମିକ ମୃତ୍ୟୁର ସଠିକ୍‌ କାରଣ ଜଣା ପଡିନଥିବା ବେଳେ, ପାରିବାରିକ କଳହରୁ ଏଭଳି ଦୁଃଖଦ ଘଟଣା ଘଟିଥିବା ଅନୁମାନ କରାଯାଉଛି। ଶୋଇବା ଘରେ ଗୋଟିଏ ଶାଢ଼ିର ଗୋଟେପଟ କାନିରେ ସ୍ବାମୀ ଓ ଅନ୍ୟ କାନିରେ ସ୍ତ୍ରୀର ଝୁଲନ୍ତା ମୃତଦେହ ଦେଖି ଆଜି ସାରା ଗାଁ ସ୍ତବ୍ଧ ହୋଇ ଯାଇଥିବାବେଳେ ଆତ୍ମୀୟସ୍ବଜନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସୁଆଁ ଗ୍ରାମର ରଞ୍ଜନ ମଳିକ ୬ମାସ ତଳେ ବାଲେଶ୍ବର ଜିଲ୍ଲା ଶ୍ରୀଜଙ୍ଗ ଅଞ୍ଚଳର ଗୀତାରାଣୀ ମଳିକକୁ ଭଲପାଇ ବିବାହ କରିଥିଲେ। ମାତ୍ର ପୁଅବୋହୂ ଆଜି ସକାଳେ ଉଠିବା ବିଳମ୍ବ ହେବାରୁ ମା କବାଟ ବାଡେଇ ଡାକିଥ‌ିଲେ। ଭିତରୁ କୌଣସି ସୋର ଶବ୍ଦ ନମିଳିବାରୁ ପାଖ ପ‌ଡ଼ୋଶୀଙ୍କୁ ଡାକ ପକାଇଥିଲେ। ଗାଁ ଲୋକ ପହଞ୍ଚି କବାଟ ତାଡି ଯେଉଁ ଦୃଶ୍ୟ ଦେଖିଲେ, ତାହା ସଭିଁଙ୍କୁ ହତବାକ୍‌ କରିଦେଇଥିଲା। ପୁଅ ବୋହୂର ଝୁଲନ୍ତା ଶବ ଦେଖି ମା ଘର ଚଟାଣରେ ମୁଣ୍ତ ବାଡେଇ ଲୋଟି ପଡିଥିଲେ। ଖବର ପାଇ ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe