ନ୍ୟାୟ ପାଇଁ ଥାନା ସମ୍ମୁଖରେ ଦମ୍ପତିଙ୍କ ଧାରଣା

Advertisment
ନ୍ୟାୟ ପାଇଁ ଥାନା ସମ୍ମୁଖରେ ଦମ୍ପତିଙ୍କ ଧାରଣା

ତିହିଡ଼ି: ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାନନଳତେଇ ଗ୍ରାମର ଶ୍ରୀକାନ୍ତ ପାଢ଼ୀ ଏବଂ ତାଙ୍କ ପତ୍ନୀ ସରସ୍ବତୀ ପୁଲିସ ଠାରୁ ନ୍ୟାୟ ନ ପାଇବାରୁ ଆଜି ପୀରହାଟ ଥାନା ଆଗରେ ଧାରଣା ଦେଇଥିଲେ। ପ୍ରକାଶ ଯେ, ଶ୍ରୀକାନ୍ତ ଘରେ ନ ଥିବା ସମୟରେ ତାଙ୍କ ପତ୍ନୀ ସରସ୍ବତୀଙ୍କୁ ପରିବାର ଲୋକେ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ସରସ୍ବତୀ ଏ ସମ୍ପର୍କରେ ୧୩.୦୪.୨୦୨୩ ତାରିଖରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ତାଙ୍କ ପରିବାରର ୫ଜଣଙ୍କ ନାମରେ କେଶ ନଂ ୭୨/୨୩ରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଆଜି ଯାଏ କୌଣସି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଫଳରେ ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ଭୟରେ ତାଙ୍କ ଘରକୁ ଫେରି ନ ପାରି ବାହାରେ ଆଶ୍ରୟ ନେଉଛନ୍ତି। ପୁଲିସ ଠାରୁ ନ୍ୟାୟ ପାଇବା ଆଶାରେ ସେମାନେ ଥାନା ସମ୍ନାରେ ଧାରଣାରେ ବସିଥିଲେ। ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନେ ଧାରଣାରେ ବସି ରହିଥିଲେ। ପରେ ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ରାୟ ପହଞ୍ଚି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହ ପୁଲିସ ସହାୟତାରେ ଧାରଣାକାରୀଙ୍କୁ ତାଙ୍କ ଘରକୁ ନେଇ ଥଇଥାନ କରାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe