ଅଦାଲତ ଅବମାନନା ମାମଲା : ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

ଅଦାଲତ ଅବମାନନା ମାମଲା : ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

pakistantoday.com.pk

କଟକ : ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟ ଓ ଦରମା ପ୍ରଦାନ ପ୍ରସଂଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍)ଙ୍କ ଆଦେଶ ପାଳନରେ ଅବହେଳା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଓ ମାଧ୍ୟମିକ ଶିକ୍ଷା ନି‌ର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସ୍ୟାଟଙ୍କ ୨୦୧୮, ଡିସେମ୍ବର ୫ର ନିର୍ଦ୍ଦେଶ କାର୍ଯ୍ୟକାରୀ କରି ଏ ସଂପର୍କିତ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ କରା ନ ଯାଏ, ତେବେ ଉଭୟ ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନା ମାମଲାରେ ଚାର୍ଜ ଗ୍ରହଣ କରିବେ। ଉଭୟ ଅଧିକାରୀ ହାଜର ନ ହେଲେ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି ଭଳି କଠୋର ଆଦେଶ ପ୍ରଦାନ ପାଇଁ ବିଚାର କରାଯିବ ବୋଲି ସ୍ୟାଟ୍‌ଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସ୍ୟାଟ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦାପଡା ଜିଲ୍ଲାର ଶିକ୍ଷୟିତ୍ରୀ ସ˚ଧୢାରାଣୀ ଲେଙ୍କାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୦, ଜୁଲାଇ ମାସରେ ପାଟକୁରା ଅନ୍ତର୍ଗତ ଆଖୁଆ ଅଡ଼ଙ୍ଗ ସ୍କୁଲରେ ଆବେଦନକାରୀ ଆସିଷ୍ଟାଣ୍ଟ ସେକସନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୧୯୯୪, ଜୁନ ୭ରେ ସରକାର ତାଙ୍କ ପଦବି ଉପରେ ମୋହର ମାରିଥିଲେ। ଶିକ୍ଷୟିତ୍ରୀଙ୍କ ଚାକିରି ସରକାରଙ୍କ ଅଧିନକୁ ଆସିବା ପରେ ତାଙ୍କୁ ବଦଳି କରାଯାଇଥିଲା। ୧୯୯୭ରେ ତାଙ୍କୁ ଆଖୁଆ ଅଡ଼ଙ୍ଗ ସ୍କୁଲରୁ ଗୟାସପୁର ଅଧିନସ୍ଥ ବୀଣାପାଣି ହାଇସ୍କୁଲକୁ ବଦଳି କରାଯାଇଥିଲା। ମାତ୍ର ଦରମା ମୂଳ ନିଯୁକ୍ତି ସମୟରୁ ଦିଆନଯାଇ ୧୯୯୭ରୁ ତାଙ୍କୁ ଦରମା ଦିଆଯାଇଥିଲା। ଏହାକୁ ଚାଲେଞ୍ଜ କରି ଶିକ୍ଷୟିତ୍ରୀ ସ୍ୟାଟ୍‌ରେ ମାମଲା ରୁଜୁ କରିଥିଲେ। ମୂଳ ନିଯୁକ୍ତି ସମୟରୁ ଦରମା ଦିଆଯାଉ ବୋଲି ପ୍ରାର୍ଥନା କରି ଏହି ମାମଲା ରୁଜୁ ହୋଇଥିଲା। ତାଙ୍କୁ ୬ମାସ ମଧ୍ୟରେ ବକେୟା ପ୍ରାପ୍ୟ ଓ ଦରମା ଦେବାକୁ ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ବିଳମ୍ବ ହୁଏ, ତେବେ ବିଭାଗ ସୁଧ ସହିତ ବକେୟା ପ୍ରାପ୍ୟ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିବ ବୋଲି ସ୍ୟାଟଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଏହି ପ୍ରସ˚ଗରେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଏହା ପରେ ଆବେଦନକାରିଣୀ ସ୍ୟାଟ୍‌ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି ସ୍ୟାଟ୍ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ ପାଇଁ ଆଦେଶ ଦେଇଥିଲେ। କିନ୍ତୁ ମାମଲାର ଶୁଣାଣି ସମୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ରିପୋର୍ଟ ଦାଖଲ କରାଯାଇ ନଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe