ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ଘଟଣା : ରାଜଶ୍ରୀଙ୍କୁ ସର୍ତ୍ତମୂଳକ ଜାମିନ

Advertisment

ଜେଲ୍‌ରୁ ମୁକୁଳିଲେ ଦିଲ୍ଲୀପ କାମିଳା

ଜେଲ୍‌ରୁ ମୁକୁଳିଲେ ଦିଲ୍ଲୀପ କାମିଳା

ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ଘଟଣା : ରାଜଶ୍ରୀଙ୍କୁ ସର୍ତ୍ତମୂଳକ ଜାମିନ

ଜଳେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ଘଟଣାରେ ଗିରଫ ରାଜଶ୍ରୀଙ୍କୁ ଆଜି ଜଳେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଏଣେ ଗତକାଲି ସର୍ତ୍ତମୂଳକ ଜାମିନ ପାଇଥିବା ରାଜଶ୍ରୀଙ୍କ ସ୍ୱାମୀ ଦିଲ୍ଲୀପ କାମିଳା ଆଜି ଜଳେଶ୍ୱର ସବ୍‌-ଜେଲ୍‌ରୁ ମୁକ୍ତ ହୋଇଛନ୍ତି।

ଆଜି ଜେଏମ୍‌ଏଫ୍‌ସି କୋର୍ଟରେ ରାଜଶ୍ରୀଙ୍କ ଜାମିନ ଶୁଣାଣି ହୋଇଥିଲା। ରାଜଶ୍ରୀଙ୍କ ଓକିଲ କୁଂଜବିହାରୀ ଦାସ ଓ ସରକାରୀ ଓକିଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିବା ଯୁକ୍ତି ତର୍କ ଶୁଣିବା ପରେ କୋର୍ଟ ରାଜଶ୍ରୀଙ୍କୁ ଜାମିନ ଦେଇଥିଲେ। ଦୁଇ ଜଣ ଜାମିନଦାର ଓ ଉଭୟଙ୍କଠାରୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥଜମା ରଖିବା ସହ ରାଜଶ୍ରୀ ମଧ୍ୟ ୫ ହଜାର ଟଙ୍କା ନଗଦ ଜମା କରିଥିଲେ। ଭବିଷ୍ୟତରେ ଏପରି ଅପରାଧ ନଘଟାଇବା ସହ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ କୋର୍ଟ ସର୍ତ୍ତ ରଖିଥିଲେ। ରାଜଶ୍ରୀ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଦିନେ ଦୁଇଦିନ ମଧ୍ୟରେ ସେଠାରୁ ଫେରିବା ପରେ ଆଇନଗତ ବ୍ୟବସ୍ଥା ଭିତରେ ଜାମିନ ଆଦେଶ ବଳରେ ମୁକୁଳିବେ ବୋଲି ତାଙ୍କ ଓକିଲ ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ଜାମିନ ପାଇଥିବା ରାଜଶ୍ରୀଙ୍କ ସ୍ୱାମୀ ଦିଲ୍ଲୀପ କମିଳା ଆଜି ପୂର୍ବାହ୍ନରେ ଜଳେଶ୍ୱର ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ବିଜେପି ନେତା ଅରୁଣ ବେଜ ଓ ସମୀର ପାତ୍ର ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe