ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି: ୩୧ ପର୍ଯ୍ୟନ୍ତ କଟକଣା, କେବଳ ଅତି ଜରୁରୀ ମାମଲା ଭିଡିଓ ବାର୍ତ୍ତା ଜରିଆରେ ହେବ ଶୁଣାଣି

Advertisment

୪ ଜିଲ୍ଲା ଓ ରାଉରକେଲାରେ ନିମ୍ନ ଅଦଲାତ ବନ୍ଦ ରହିବ

୪ ଜିଲ୍ଲା ଓ ରାଉରକେଲାରେ ନିମ୍ନ ଅଦଲାତ ବନ୍ଦ ରହିବ

ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ପ୍ରସଂଗ : ସରକାରଙ୍କ ସତ୍ୟପାଠ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ

Image Source: Zee News

କଟକ: କଟକ ଜିଲ୍ଲାରେ ଜାରି କରାଯାଇଥିବା ଲକ୍‌ଡାଉନକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୦ରୁ ୩୧ ତାରିଖ ମଧ୍ୟରେ କେତେକ କଟକଣା ମଧ୍ୟରେ ହାଇକୋର୍ଟ କାର୍ଯ୍ୟ କରାଯିବ। ସୀମିତ ବେଞ୍ଚ ବସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅତି ଜରୁରୀ ମାମଲା ଗୁଡିକ ଶୁଣାଣି କରିବେ। ଏଥି ପାଇଁ ମାମଲା ଜରୁରୀ ସଂପର୍କିତ ସୂଚନା‌ ଥିବା ମେମୋ ଆଇନଜୀବୀ ଓ ପକ୍ଷମାନେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଇ-ଫାଇଲିଂ/ଅନ୍-ଲାଇନ/ଇ-ମେଲ୍ ମାଧ୍ୟମରେ ଆଗୁଆ ଦାଖଲ କରିବେ। ଏଥି ସହିତ ଏ ସଂପର୍କରେ ସଂପୃକ୍ତ ମାମଲାର ପ୍ରତିପକ୍ଷଙ୍କୁ ଆଗୁଆ ଅବଗତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଆଇନଜୀବୀ‌ ଓ ପକ୍ଷମାନେ ଘ‌ରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶ ଗ୍ରହଣ କରିବେ। କଟକ ଜିଲ୍ଲା ସଂପୂର୍ଣ୍ଣ ଲକ୍‌ଡାଉନ ଯୋଗୁଁ ହାଇକୋର୍ଟ ରେଜିଷ୍ଟ୍ରିରେ ନିୟମିତ କାର୍ଯ୍ୟ ହେବ ନାହିଁ। ଏଭଳି ସ୍ଥିତିରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କେବଳ ଇ-ଫାଇଲିଂ କିମ୍ବା ଇ-ମେଲ ମାଧ୍ୟମରେ ନୂଆ ମାମଲା ଦାୟର କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଜୁଲାଇ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ପରିସର ବନ୍ଦ ରହିବ ଓ ଏହି ସମୟରେ କେବଳ ଅନୁମତିପ୍ରାପ୍ତ ସର୍ବନିମ୍ନ ସଂଖ୍ୟକ ଅଧିକାରୀ, କର୍ମଚାରୀ ଜରୁରୀ କାର୍ଯ୍ୟ ସଂପାଦନ କରିବେ।

publive-image

ଏଥି ସହିତ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ସହିତରେ ଓ ରାଉରକେଲା ପୌରାଞ୍ଚଳରେ ଥିବା ସମସ୍ତ ଜିଲ୍ଲା ଓ ସବ୍ ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଜୁଲାଇ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ଜିଲ୍ଲା ଜଜ୍ ଓ ଟ୍ରିବୁନାଲର ପ୍ରିଜାଇଡିଂ ଅଫିସର ଅତି ଜରୁରୀ ମାମଲା ଶୁଣାଣି ପାଇଁ ଅନୁମତି ଦେଇ ପାରିବେ। ଯଥା ସମ୍ଭବ ମାମଲାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ ଓ ଏଥି ପାଇଁ ସର୍ବନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟ ସହିତ ସମସ୍ତ ଜିଲ୍ଲା ଜଜ୍ ଓ ଟ୍ରିବୁନାଲର କର୍ମଚାରୀମାନେ ମୁଖ୍ୟାଳୟରେ ରହିବେ। ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ସହିତ ରାଉରକେଲା ପୌରାଞ୍ଜଳ ସଟ୍‌ଡାଉନ ନେଇ ରାଜ୍ୟ ସରକାର ଜୁଲାଇ ୧୬ରେ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe