ଭବାନୀପାଟଣା : ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରୀ କଲେ ଅଦାଲତ

Advertisment

ଖାଉଟି ଅଦାଲତରେ କୋକସରାର ଜମି ଅଧିଗ୍ରହଣ ମାମଲାର ଶୁଣାଣି

ଖାଉଟି ଅଦାଲତରେ କୋକସରାର ଜମି ଅଧିଗ୍ରହଣ ମାମଲାର ଶୁଣାଣି

ଭବାନୀପାଟଣା : ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରୀ କଲେ ଅଦାଲତ

districts.ecourts.gov.in

ଭବାନୀପାଟଣା : ଖାଉଟି ଅଦାଲତ ପକ୍ଷରୁ କୋକସରାର ଏକ ଜମି ଅଧିଗ୍ରହଣ ମାମଲାର ଶୁଣାଣି କରି ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଅଦାଲତ ପକ୍ଷରୁ ଗିରଫ ପରୱାନା ଜାରୀ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର ଚାଷୀ ବିନୋଦ ଗୋପାଳ ଖାଉଟି ଅଦାଲତରେ ତାଙ୍କର ଜମି ଅଧିଗ୍ରହଣ ବାବଦରେ ୨୦୧୬ ମସିହାରେ ଖାଉଟି ଅଦାଲତରେ କ୍ଷତିପୂରଣ ପାଇଁ ଆବେଦନ କରିଥିଲେ। ମାନ୍ୟବର ଅଦାଲତ ବିନୋଦ ଗୋପାଳଙ୍କ ସପକ୍ଷରେ ନିଜ ରାୟ ଶୁଣାଇ ୫୧ ହଜାର ଟଙ୍କା ସୁଧ ସହ ବିନୋଦ ଗୋପାଳଙ୍କୁ କ୍ଷତିପୂରଣ ବାବଦରେ ଦେବା ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ମାସ ମଧ୍ୟରେ ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଏହି ରାୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ବିଭାଗର ପୂର୍ବ ନିର୍ବାହୀ ଯନ୍ତ୍ରୀ ଅବମାନନା ତଥା ଅଣଦେଖା କରିଆସୁଥିବାରୁ ବିନୋଦ ଗୋପାଳ ପୁଣିଥରେ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ମାନ୍ୟବର ଅଦାଲତ ଗତ ୧୯.୩.୨୦୨୦ ତାରିଖ ଦିନ ମାନ୍ୟବର ଅଦାଲତ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରୀ କରିଥିଲେ । କିନ୍ତୁ ଧର୍ମଗଡ଼ ପୁଲିସ ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହେବାରୁ ଜିଲ୍ଲା ଖାଉଟି ଅଦାଲତ ପୁଣି ଥରେ ଚିଠି ନଂ ୯୪/୧୩.୭.୨୦୨୦ ଅନୁଯାୟୀ ଉଭୟଙ୍କୁ ଗିରଫ ପାଇଁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଧର୍ମଗଡ଼ ପୁଲିସଙ୍କ ମଧୁଚନ୍ଦ୍ରିକାରେ ଗରିବ ଚାଷୀ ବିନୋଦ ଗୋପାଳ ନ୍ୟାୟ ପାଇବାରୁ ବଂଚିତ ହେବା ନେଇ ଅଦାଲତଙ୍କ ନିର୍ଦ୍ଦେଶକୁ ପୁଲିସର ବେଖାତିର ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe