ଗୋଟିଏ ପ୍ରସଂଗରେ ଦୁଇ ବିଚାରପତିଙ୍କ ଭିନ୍ନ ରାୟ, ରାୟ ପ୍ରଦାନ କଲେ ତୃତୀୟ ବିଚାରପତି

Advertisment
ଗୋଟିଏ ପ୍ରସଂଗରେ ଦୁଇ ବିଚାରପତିଙ୍କ ଭିନ୍ନ ରାୟ, ରାୟ ପ୍ରଦାନ କଲେ ତୃତୀୟ ବିଚାରପତି

photo-jansatta

କଟକ : ହାଇକୋର୍ଟର ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୋଟିଏ ମାମଲାର ଶୁଣାଣି ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ ପ୍ରସଂଗରେ ଦୁଇ ବିଚାରପତି ଭିନ୍ନ ରାୟ ଦେଇଥିଲେ। ଏହି ପ୍ରସଂଗରେ ତୃତୀୟ ବିଚାରପତିଙ୍କ ରାୟ ଲୋଡା ଯାଇଥିଲା। ଏହି ପ୍ରସଂଗ ଉପରେ ତୃତୀୟ ବିଚାରପତି ରା‌ୟ ପ୍ରଦାନ କରିଛନ୍ତି। ନିର୍ଦ୍ଦିଷ୍ଟ ପ୍ରସିକ୍ୟୁସନ୍ ସାକ୍ଷୀଙ୍କ କ୍ରସ୍ ଏକଜାମିନେସନ୍ ପାଇଁ ଅନୁମତି ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରି ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ପ୍ରସଂଗରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏଭଳି ଘଟଣା ବିଚାର ବିଭାଗ ଇତିହାସରେ ବିରଳ ବୋଲି କୁହାଯାଉଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ନିମ୍ନ ଅଦାଲତ ଦଣ୍ଡାଦେଶକୁ ଚାଲେଞ୍ଜ କରି ସନ୍ଥ ଚରଣ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଜେଲରେ ଥିବା ବେଳେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ଲୋଡିଥିଲେ। ୨୦୧୯, ସେପ୍ଟେମ୍ବର ୨୦ରେ ହାଇକୋର୍ଟ ଆବେଦନକାରୀଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ନିର୍ଦ୍ଦିଷ୍ଟ ପ୍ରସିକ୍ୟୁସନ୍ ସାକ୍ଷୀଙ୍କ କ୍ରସ୍ ଏକଜାମିନେସନ୍ ପାଇଁ ଅନୁମତି ଲୋଡି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଏସ.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ‌ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଜଷ୍ଟିସ ଏସ.କେ.ମିଶ୍ର ଏଥି ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ଭିନ୍ନ ରାୟ ଦେଇଥିଲେ। ମାମଲା ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଯାଇଥିଲା। ମୁଖ୍ୟ ବିଚାରପତି ମାମଲାର ଶୁଣାଣି ପାଇଁ ଜଷ୍ଟିସ ସି.ଆର.ଦାଶଙ୍କ ନିକଟକୁ ପଠାଇଥିଲେ। ଜଷ୍ଟିସ ସି.ଆର.ଦାଶ ମାମଲାର ଶୁଣାଣି କରି ନିର୍ଦ୍ଦିଷ୍ଟ ପ୍ରସିକ୍ୟୁସନ୍ ସାକ୍ଷୀଙ୍କ କ୍ରସ୍ ଏକଜାମିନେସନ୍ ପାଇଁ ଅନୁମତି ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ନିନିମା ପ୍ରକଳ୍ପ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ବିଶ୍ବନାଥ ଗୌଡ଼ଙ୍କୁ ସାନି ଜେରା କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe