ଭିଜିଲାନ୍ସ ମାମଲା : ଡାକ୍ତରଙ୍କ ସ˚ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

ଭିଜିଲାନ୍ସ ମାମଲା : ଡାକ୍ତରଙ୍କ ସ˚ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

Daily News

କଟକ : ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସ‌ାଳୟର ପୂର୍ବତନ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ନରସିଂହ ପ୍ରସାଦ ବାରିକଙ୍କ ସ˚ପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ବତନ୍ତ୍ର ଅଦାଲତ ପ୍ରଧିକୃତ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ବାରିକଙ୍କ ୧୫ ଲକ୍ଷ ୫୧ହଜାର ୪୧୨ ଟଙ୍କାର ସ˚ପତ୍ତି ବାଜାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୯୯୦, ଜାନୁଆରି ୧ରୁ ୨୦୦୧, ଅକ୍ଟୋବର ୨୭ ମଧ୍ୟରେ ଡାକ୍ତର ବାରିକ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଗିରିଜା ପ୍ରସାଦ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ତତ୍କାଳୀନ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ବାରିକ ଆୟ ବହିର୍ଭୂତ ସ˚ପତ୍ତି ଠୁଳ କରିବା ନେଇ ୨୦୦୨, ଜାନୁଆରି ୩୧ରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏତଲା ରୁଜୁ ହୋଇଥିଲା। ତାଙ୍କ ଘର ସହିତ କାର୍ଯ୍ୟାଳୟରେ ଭିଜିଲାନ୍ସ ସେଲ ଚଢାଉ କରିଥିଲା। ଭିଜିଲାନ୍ସର ତଦନ୍ତକାରୀ ଅଧିକାରୀ ଉମେଶଚନ୍ଦ୍ର ପଣ୍ଡା ଘଟଣାର ତଦନ୍ତ କରି ଡାକ୍ତର ବାରିକଙ୍କ ବିରୋଧରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଥିଲେ। ଲକ୍ଷାଧିକ ଟଙ୍କାର ଆୟ ବହୁର୍ଭୂତ ସ˚ପତ୍ତି ଡାକ୍ତର ବାରିକଙ୍କ ରହିଛି ବୋଲି ଭିଜିଲାନ୍ସ ଦର୍ଶାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଡାକ୍ତର ବାରିକଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe