ବିଧାୟକ ପ୍ରଦୀପ, ପାଠକ ବାପ-ପୁଅଙ୍କ ରିମାଣ୍ଡ ନୋହିଲା

Advertisment

ଭୁବନେଶ୍ବର ଏସ୍‌ଡିଜେଏମ୍‌ ଅନୁମତି ଦେଲେନି

ଭୁବନେଶ୍ବର ଏସ୍‌ଡିଜେଏମ୍‌ ଅନୁମତି ଦେଲେନି

୨୧ର ଚର୍ଚ୍ଚିତ ଏକୋଇଶି: ଭାରି ପଡ଼ିଛନ୍ତି ସହଯୋଗୀ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଏବେ ଭୁବନେଶ୍ବର ଝାରପଡ଼ା ଜେଲ୍‌ରେ ଅଛନ୍ତି। ଏହି ତିନି ଜଣଙ୍କୁ ଦିନିକିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡ୍‌ରେ ନେବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଅନୁମତି ଦେଇଥିଲେ। କିନ୍ତୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ ଅନୁମତି ନ ଦେବାରୁ ବ୍ରହ୍ମପୁରରୁ ଯାଇଥିବା ପୁଲିସ ଟିମ୍‌ ନିରାଶ ହୋଇ ଫେରି ଆସିଛି।

ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଟଙ୍କା ଠକେଇ ନେଇ ଗତ ମାର୍ଚ୍ଚ ୨୪ତାରିଖରେ ବୈଦ୍ୟନାଥପୁର ଥାନାରେ ବିଧାୟକ ପ୍ରଦୀପ ଓ ପାଠକ ବାପ-ପୁଅଙ୍କ ନାମରେ କେସ୍ ନମ୍ବର ୮୧/୨୧ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌ରୁ ବ୍ରହ୍ମପୁର ନେବା ପାଇଁ ପୁଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ। ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଏହାକୁ ମଂଜୁର କରିଥିଲେ। ଏଣୁ ବ୍ରହ୍ମପୁର ପୁଲିସର ଏକ ଟିମ୍‌ ଭୁବନେଶ୍ବର ଯାଇଥିଲା। ବିଧାୟକ ପ୍ରଦୀପ ଓ ପାଠକ ବାପ-ପୁଅ ଝାରପଡ଼ା ଜେଲ୍‌ରେ ଥିବା ଯୋଗୁଁ ବ୍ରହ୍ମପୁର ପୁଲିସ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅନୁମତି ମାଗିଥିଲା। ଭୁବନେଶ୍ବର ଏସ୍‌ଡିଜେଏମ୍‌ ୩ଜଣଙ୍କୁ ନେବା ପାଇଁ ଅନୁମତି ପ୍ରଦାନ କରି ନଥିଲେ ବୋଲି ବିଧାୟକ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ମାମଲାରେ ପୁଲିସ ପୁଣିଥରେ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe