୧୧ ବର୍ଷ ତଳର ମାମଲା: ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କୋର୍ଟ ସମନ

Advertisment

ଅନ୍ୟ ୧୮ଜଣଙ୍କୁ ବି ସମନ, ମାମଲା ସ୍ଥାନାନ୍ତର ପାଇଁ ଅନୁମତି ମାଗିଲେ ବେତନଟୀ ଜେଏମ୍‌ଏଫ୍‌ସି

ଅନ୍ୟ ୧୮ଜଣଙ୍କୁ ବି ସମନ, ମାମଲା ସ୍ଥାନାନ୍ତର ପାଇଁ ଅନୁମତି ମାଗିଲେ ବେତନଟୀ ଜେଏମ୍‌ଏଫ୍‌ସି

ସାଢ଼େ ଚାରି ଲକ୍ଷ ରାଜସ୍ବ ମାମଲା ବିଚାରାଧୀନ

odishanewsinsight.com

ବେତନଟୀ : ୧୧ ବର୍ଷ ତଳର ଏକ ଥାନା ଘେରାଉ ମାମଲାରେ ତତ୍କାଳୀନ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ରାଜ୍ୟ ସଭାପତି ତଥା ବର୍ତ୍ତମାନ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ୧୯ ଜଣଙ୍କୁ ବେତନଟୀ ଜେଏମ୍‌ଏଫ୍‌ସି କୋର୍ଟ ସମନ ଜାରି କରିଛନ୍ତି। ଏହି ମାମଲାରେ ଆଜି ୬ ଜଣ କୋର୍ଟରେ ହାଜର୍‌ ହୋଇ ଜାମିନ୍‌ରେ ଆସିଛନ୍ତି। ଅନ୍ୟ ୧୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଓ ଅନ୍ୟମାନେ ଆଜି କୋର୍ଟରେ ହାଜର ହୋଇନଥିଲେ। ଶ୍ରୀ ମାରାଣ୍ଡି ରାଜ୍ୟ କ୍ୟାବିନେଟ୍‌ର ମନ୍ତ୍ରୀ ହୋଇଥିବାରୁ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ମାମଲାର ବିଚାର ପାଇଁ ବାରିପଦାରେ ଥିବା ସ୍ବତନ୍ତ୍ର ଅଦାଲତକୁ ମାମଲା ସ୍ଥାନାନ୍ତର କରିବା ଲାଗି ଅନୁମତି ମାଗିଛନ୍ତି ବେତନଟୀ ଜେଏମ୍‌ଏଫ୍‌ସି।

ସୂଚନାଯୋଗ୍ୟ, ୨୦୧୧ ମସିହାରେ ବେତନଟୀ ଥାନା ଖଡ଼ିଶୋଳ ଗ୍ରାମର ଜଣେ ଗର୍ଭବତୀ ମହିଳା ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିବା ନେଇ ତାଙ୍କ ପରିବାର ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ ଅବରୋଧ କରିବା ସହ ବେତନଟୀ ଥାନା ଘେରାଉ କରି ଟେକାପଥର ମାଡ଼ କରିଥିଲେ। ସେତେବେଳେ ଝାଡ଼ଖଣ୍ତ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ର ରାଜ୍ୟ ସଭାପତି ଥିବା ସୁଦାମ ମାରାଣ୍ଡି ଉତ୍ତ୍ୟକ୍ତ ଜନତାଙ୍କ ନେତୃତ୍ବ ନେଇଥିବା ଅଭିଯୋଗରେ ତାଙ୍କ ସହ ୧୯ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ବେତନଟୀ ପୁଲିସ। ପରେ ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବାବେଳେ ବେତନଟୀ ଜେଏମ୍‌ଏଫ୍‌ସି (ଜିଆର୍‌ ନଂ ୩୬୬/୨୦୧୧) କୋର୍ଟକୁ ମାମଲା ବିଚାର ପାଇଁ ଆସିଥିଲା। ଅଭିଯୁକ୍ତମାନେ ଥାନାରୁ ଜାମିନରେ ଆସିଥିଲେ ସତ, କିନ୍ତୁ ପରବର୍ତ୍ତୀ ସମୟରେ କୋର୍ଟ‌ରେ ଜାମିନ୍‌ ଆବେଦନ କରିନଥିଲେ। ଫଳରେ ଥାନା ଜରିଆରେ ସମସ୍ତଙ୍କୁ ସମନ କରିଥିଲେ ଅଦାଲତ। ଉକ୍ତ ମାମଲାରେ ଆଜି ଅଭିଯୁକ୍ତ ସବେର୍ଶ୍ବର ମିଶ୍ର, କଂଗ୍ରେସ ବ୍ଲକ୍‌ ସଭାପତି କୁଶଧର ବେହେରା, ବେତନଟୀ ବ୍ଲକ୍‌ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାମଲ, ଦିଲ୍ଲୀପ ମହାନ୍ତ, ଚିନ୍ତାମଣି ମହାନ୍ତ, ଦୀପ୍ତି ଦାସ ପ୍ରମୁଖ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ସେହିପରି ଅଭିଯୁକ୍ତ ତାଲିକାରେ ଥିବା କୃଷ୍ଣଚନ୍ଦ୍ରଚନ୍ଦ୍ରପୁର ଗ୍ରାମର ଦୀପକ ଆନ୍ଥୋନୀଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ପୂର୍ବତନ ସରପ‌ଞ୍ଚ କୃଷ୍ଣକୁମାର ଟୁଡୁ ଏ ପର୍ଯ୍ୟନ୍ତ କୋର୍ଟରୁ କୌଣସି ସମନ ପାଇନଥିବା କହିଛନ୍ତି। ତେବେ, ଏହି ମାମଲାରେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ତିଙ୍କ ସହିତ ଅନ୍ୟମାନେ ଏଯାଏ ଜାମିନ ପାଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe