ସାନ୍ତାଳୀ ଭାଷାରେ ଶିକ୍ଷାଦାନ ପାଇଁ ବିଧାୟକ ଓ ସାଂସଦଙ୍କୁ ସୌଜନମୂଳକ ସାକ୍ଷାତ

Advertisment
ସାନ୍ତାଳୀ ଭାଷାରେ ଶିକ୍ଷାଦାନ ପାଇଁ ବିଧାୟକ ଓ ସାଂସଦଙ୍କୁ ସୌଜନମୂଳକ ସାକ୍ଷାତ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନର ସାଧାରଣ ସମ୍ପାଦକ ଜିତେନ୍ଦ୍ର ହାଁସଦାଙ୍କ ନେତୃତ୍ୱରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜଲେନ ନାଏକଙ୍କୁ ସୌଜନ ମୂଳକ ସାକ୍ଷାତ ଏବଂ ସମ୍ବର୍ଦ୍ଧନା କରାଯାଇଅଛି। ଏହି ଅବସରରେ ଓଡ଼ିଶାରେ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷାଦାନକୁ ଚଳାଚଳ କରିବା ସହିତ ୨୦୧୪ ମସିହା ରୁ ୨୦୨୪ ମସିହା ମଧ୍ୟରେ ସାନ୍ତାଳୀ ଡିଏଲଇଡି (ସିଟି) ଟ୍ରେନିଂ ସମାପ୍ତ କରିଥିବା ଗୁରୁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାନ୍ତାଳୀ ଶିକ୍ଷା ସହାୟକ ପଦବି ସୃଷ୍ଟି କରିବା, ଓଡିଶାରେ ବିଏଡ଼ ପାଠ୍ୟକ୍ରମ ପ୍ରଚଳନ କରିବା, ସାନ୍ତାଳୀ ବହୁଳ ଅଞ୍ଚଳରେ ଥିବା ମାହାବିଦ୍ୟାଳୟ ଗୁଡିକରେ ସାନ୍ତାଳୀ ଅନର୍ସ ଏବଂ ଇଲେକଟିଭ ଖଲିବା ସହିତ ଷ୍ଟାପ ସେଲେକ୍ସନ ବୋର୍ଡ ତରଫରୁ ସାନ୍ତାଳୀ ଅଧ୍ୟାପକ ନିଯୁକ୍ତି କରିବା ଆଦିକୁ ନେଇ ଆଲୋଚନା କରାଯାଇଥିଲା।
ଉଭୟ ସାଂସଦ ଓ ବିଧାୟକ ଏଥିପ୍ରତି ଦୃଷ୍ଟି ଦେବା ସହ ଏହାକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଉଚ୍ଚସ୍ଥରରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ନିଖିଳ ସାନ୍ତାଳୀ ସ୍ନାତକତ୍ବର ଛାତ୍ର ସଂଘର ସଭାପତି ବିକ୍ରମ ବେଶ୍ରା, ପାର୍ସି ସିଞ୍ଜ ଚାନ୍ଦ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁ ମାହାଲ ମାଡୱାର ଭାଷା ସଂଯୋଜକ ଭାଗିରଥି ମୁର୍ମୁ, ଛୋଟରାୟ ମୁର୍ମୁ,ସାନ୍ତାଳୀ ଶିକ୍ଷକ ଜଗବନ୍ଧୁ ଲହାର, ଦୁବରାଜ ଟୁଡୁ, ଚତୁର୍ଭୁଜ ସୋରେନ,ଚନ୍ଦ୍ରମୋହନ ହାଁସଦା,ଇନ୍ଦ୍ରମଣି ହାଁସଦା,ଗଣିଦା ପିଢ଼ ପର୍ଗାନା ଭାଗବତ ମାଝୀ ଏବଂ ଗୁଡ଼ୁତା ଶାଖା ଆସେକାର ସମ୍ପାଦକ ମେଘ୍ରାୟ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe