ଜରୁରୀ ସେବାରେ ବିପଦକୁ ବରଣ: ବୋଟ୍ ଚାଳକ ଓ ଖଲାସି ନିଯୁକ୍ତିରେ ମନମାନି, ଅଭିଜ୍ଞତା ଅପେକ୍ଷା ସୁପାରିସକୁ ପ୍ରାଧାନ୍ୟ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକରେ ଯୋଗ ଦେଇ ଶୂନ୍ୟ ମୃତ୍ୟୁ ସହ କୌଣସି ସାଲିସ କରାଯିବ ନାହିଁ ବୋଲି କହିଥିଲେ। ଏଥିପାଇଁ ଯାହା ଆବଶ୍ୟକ ପଦକ୍ଷେପ ତାହା ଗ୍ରହଣ କରିବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକରେ ଯୋଗ ଦେଇ ଶୂନ୍ୟ ମୃତ୍ୟୁ ସହ କୌଣସି ସାଲିସ କରାଯିବ ନାହିଁ ବୋଲି କହିଥିଲେ। ଏଥିପାଇଁ ଯାହା ଆବଶ୍ୟକ ପଦକ୍ଷେପ ତାହା ଗ୍ରହଣ କରିବାକୁ କହିଥିଲେ।

Mohan

ଯାଜପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକରେ ଯୋଗ ଦେଇ ଶୂନ୍ୟ ମୃତ୍ୟୁ ସହ କୌଣସି ସାଲିସ କରାଯିବ ନାହିଁ ବୋଲି କହିଥିଲେ। ଏଥିପାଇଁ ଯାହା ଆବଶ୍ୟକ ପଦକ୍ଷେପ ତାହା ଗ୍ରହଣ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରକାର ଆଭିମୁଖ୍ୟର ବିପରୀତ କାର୍ଯ୍ୟ ଯାଜପୁର ଜିଲ୍ଲା ପ୍ରଶାସନ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ବନ୍ୟା ପାଇଁ ଅସ୍ଥାୟୀ ବୋଟ୍ ଚାଳକ ଓ ଖଲାସି ନିଯୁକ୍ତିରେ ମନମାନି କରାଯାଇଥିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି। ଏଠାରେ ଅଭିଜ୍ଞତା ଅପେକ୍ଷା ସୁପାରିସ୍ ବା ଲବିକୁ ପ୍ରଶାସନ ଅଧିକ ପ୍ରାଧାନ୍ୟ ଦେଇଛି। ପ୍ରାକୃତିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ସ୍ଥିତିରେ ଅଭିଜ୍ଞଙ୍କୁ ସୁଯୋଗ ନ ଦେଇ ବିପଦକୁ ବରଣ କରାଯାଇଛି। ଏମିତିକି ଏ କ୍ଷେତ୍ରରେ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ନିୟମାବଳୀର ଉଲ୍ଲଂଘନ କରାଯାଇଛି। 

 ଯାଜପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପାଇଁ ୩୬ଟି ଅସ୍ଥାୟୀ ବୋଟ୍ ଚାଳକ ପଦରେ ୫୫ ଜଣ ଓ ୩୨ଟି ଖଲାସି ପଦ ପାଇଁ ୩୯ ଜଣ ଆବେଦନ କରିଥିଲେ। ଆବେଦନ କରିଥିବା ବୋଟ୍ ଚାଳକ ଓ ଖଲାସିଙ୍କ ସାକ୍ଷାତକାର ପରୀକ୍ଷା ଚଳିତ ମାସ ୨୦ ତାରିଖରେ କରାଯାଇଥିଲା। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଜିଲ୍ଲା ପ୍ରଶାସନର ଜରୁରୀ ବିଭାଗ ଅଧିକାରୀ ଓ ରାଜ୍ୟ ବନ୍ଦର ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପରୀକ୍ଷାରେ ଉପସ୍ଥିତ ରହି ଦକ୍ଷତା ଭିତ୍ତିରେ ବୋଟ୍ ଚାଳକ ଓ ଖଲାସି ଚୟନ କରିଥିବା ଜିଲ୍ଲାପାଳ ୨୩ ଜୁନ୍‌ ପତ୍ରସଂଖ୍ୟା-୮୦୦ରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କୁ ଜଣାଇଛନ୍ତି। ଅଭିଜ୍ଞ ଆବେଦନକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ପାଇଁ ସ୍ପଷ୍ଟ ନିୟମ ଥିବାବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ଏହାକୁ ଅଣଦେଖା କରିଛି। ପରୀକ୍ଷା ବେଳେ ରାଜ୍ୟ ବନ୍ଦର ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଯେଉଁମାନଙ୍କୁ ଚୟନ କରିଥିଲେ ସେଥିରୁ ୧୫ ଜଣଙ୍କୁ ବାଦ୍ ଦେଇ ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଗତ ଜୁନ୍ ୧୦ରୁ ୩୦ ନଭେମ୍ବର, ୬ମାସ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ନିଯୁକ୍ତି କରାଯିବା ପାଇଁ ନିୟମ ଥିବା ବେଳେ ଜିଲ୍ଲା ପ୍ରଶାସନ ଜୁନ୍‌ ୨୦ରେ ପରୀକ୍ଷା କରିଥିଲା। ତିନି ଦିନ ପରେ ଅର୍ଥାତ ୨୩ ତାରିଖରେ ନିଯୁକ୍ତି ଦେବାକୁ ନେଇ ସନ୍ଦେହ ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe