କୋଭିଡ-୧୯ ପରୀକ୍ଷଣ ବାଧାପ୍ରାପ୍ତ: ଭିମସାର ଫେରାଇବ ଆରଟି-ପିସିଆର ମେସିନ୍‌, ଏନଆଇଟି ନିର୍ଦେଶକଙ୍କୁ ଡିନ୍‌ଙ୍କ ଚିଠି

Advertisment
କନ୍ଧମାଳର ୨୫୪ରୁ ୧୯୨ ନେଗଟିଭ୍, କୋଲକାତା ଫେରନ୍ତାଙ୍କ ପାଇଁ ବଢୁଛି ଚିନ୍ତା

Pharmaceutical Technology

ସମ୍ବଲପୁର: ଭିମସାର୍‌ ଫେରାଇବ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷଣ କରୁଥିବା ଆର୍‌ଟି-ପିସିଆର୍‌ ମେସିନ। ଏନ୍‌ଆଇଟି ରାଉରକେଲା ପକ୍ଷରୁ ଏହି ମେସିନ ଭିମସାର ପରୀକ୍ଷାଗାରକୁ ଦିଆଯାଇଥିଲା। ମାତ୍ର ଟେକନିସିଆନ୍‌ମାନେ ଏହି ମେସିନ ଏଠାରେ ସ୍ଥାପନ କରାଇବାରେ ବିଫଳ ହେବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ତେଣୁ ମେସିନ୍‌ଟିକୁ ଫେରାଇ ନେବା ପାଇଁ ଏନ୍‌ଆଇଟି ନିର୍ଦେଶକଙ୍କୁ ଚିଠି ଲେଖାଯାଇଥିବା କହିଛନ୍ତି ଭିମସାର୍‌ ଡିନ୍‌ ପ୍ରଫେସର ବ୍ରଜମୋହନ ମିଶ୍ର। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ସେ କହିଛନ୍ତି।

କରୋନା ସନ୍ଦେହରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତିଦିନ ଯେତେ ସ୍ବାବ ସଂଗ୍ରହ ହେଉଛି, ସେହି ଅନୁଯାୟୀ ପରୀକ୍ଷଣ ରିପୋର୍ଟ ଆସି ପାରୁନାହିଁ। ଏପରିକି ଖୋଦ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଏହି ସ୍ଥିତି ରହିଥିବାରୁ ବିଭିନ୍ନ ଦିନମାନଙ୍କରେ ସ୍ବାବ୍‌ ସଂଗ୍ରହ ବନ୍ଦ କରାଯାଉଛି। ଏଭଳି ସ୍ଥିତିରେ ଭିମସାର୍‌ରେ କୋଭିଡ-୧୯ ପରୀକ୍ଷଣ ପାଇଁ ପ୍ରତିଷ୍ଠା କରାଯାଇଥିବା ବାୟୋ-ସେଫ୍ଟି ଲେଭଲ-୨ ଲାବୋରେଟୋରି ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରିଛି। କେବଳ ସମ୍ବଲପୁର ନୁହେଁ; ପଶ୍ଚିମ ଓଡ଼ିଶାର ସ୍ବାବ ପରୀକ୍ଷଣ ଏଠାରେ କରାଯାଇ ରିପୋର୍ଟ ପ୍ରକାଶନ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଅନ୍ୟଦିଗରେ ଭିମସାର୍‌ ଲାବୋରେଟୋରିରେ ବର୍ତ୍ତମାନ ୩ଟି ଆର୍‌ଟି-ପିସିଆର ମେସିନ ରହିଛି। ସେଥିରୁ ୨ଟି ମେସିନ କାର୍ଯ୍ୟକ୍ଷମ କରାଯାଇଛି। ଏଥି ଜରିଆରେ ୯୦ଟି ନମୁନା ପରୀକ୍ଷଣ ପାଇଁ ପ୍ରଥମରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଶୁକ୍ରବାର ଅଟୋମେଟିକ କିଟ୍‌ ସରିଯିବା ପରେ ମାନୁଆଲ କିଟ୍‌ ଜରିଆରେ ପରୀକ୍ଷଣ କରାଯାଉଛି। ଏଥିରେ ଶନିବାର ୬୪, ରବିବାର ୭ ଏବଂ ସୋମବାର ୧୮ ନମୁନା ପରୀକ୍ଷା କରାଯାଇଥିଲା। ଆର୍‌ଏମ୍‌ଆର୍‌ସିର ନିର୍ଦେଶରେ ପ୍ରତିଦିନ ୩୨ ନମୁନାରୁ ଅଧିକ ପରୀକ୍ଷଣ ନକରିବା ପାଇଁ ଭିମ୍‌ସାର ପକ୍ଷରୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଡିନ୍‌ କହିଛନ୍ତି, ଏନଆଇଟି ରାଉରକେଲା ପକ୍ଷରୁ ପଠାଯାଇଥିବା ଦ୍ବିତୀୟ ମେସିନ ଆରମ୍ଭରୁ ହିଁ ଅଚଳ ହୋଇ ପଡ଼ିଛି। ଏ ସଂକ୍ରାନ୍ତରେ ସରକାରଙ୍କୁ ଜଣାଇବା ପରେ ଏହାକୁ ଏନଆଇଟିକୁ ଫେରାଇଦେବା ପାଇଁ ନିର୍ଦେଶ ଦେଇଥିଲେ। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂଆ ଆରଟି-ପିସିଆର୍‌ ମେସିନ ଆସିବ। ଏହାପରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇବ ବୋଲି କହିଛନ୍ତି ଡିନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe