ବିଶ୍ୱବିଦ୍ୟାଳୟରେ ଖୋଲିବ କୋଭିଡ-୧୯ ସେଲ, ନିର୍ଦେଶନାମା ଜାରି କଲା ଏମଏଚଆରଡି

ସ୍ଥିତି ସୁଧୁରିଥିଲେ ଜୁଲାଇରେ ପରୀକ୍ଷା, ଅଗଷ୍ଟରୁ ପାଠପଢା, ନୂଆ ପିଲାଙ୍କର ସେପ୍ଟେମ୍ବରରେ

ଭୁବନେଶ୍ବରର ଜଣେ କରୋନା ଆକ୍ରାନ୍ତ ସୁସ୍ଥ

Image Source: Zee News

ଭୁବନେଶ୍ୱର : କୋଭିଡ-୧୯ର ମୁକାବିଲା ପାଇଁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢା ବି ପ୍ରଭାବିତ ହୋଇଛି। ତାହାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଗତ ୨୭ ତାରିଖରେ ରିପୋର୍ଟ ପ୍ରଦାନ କରିବା ପରେ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଉପସ୍ଥିତରେ ଶିକ୍ଷା କ୍ୟାଲେଣ୍ଡର ସହ ପରୀକ୍ଷା ଉପରେ ନିର୍ଦ୍ଦେଶାବଳୀ ଜାରି ହୋଇଛି।

ମଧ୍ୟବର୍ତ୍ତୀ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ଏବଂ ପୂର୍ବ ସେମିଷ୍ଟାରର ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଉପରେ ଆଧାର କରି ଗ୍ରେଡ୍ କରାଯିବ। ଯେଉଁ ରାଜ୍ୟଗୁଡିକରେ କୋଭିଡ-୧୯ ପରିସ୍ଥିତି ସ୍ୱାଭାବିକ ହୋଇଛି, ସେଠାରେ ଜୁଲାଇ ମାସରେ ପରୀକ୍ଷା ହେବ। ଟର୍ମିନାଲ୍ ସେମିଷ୍ଟର ପରୀକ୍ଷା ଜୁଲାଇ ମାସରେ ଅନୁଷ୍ଠିତ ହେବ। ପ୍ରତି ବିଶ୍ୱବିଦ୍ୟାଳୟରେ କୋଭିଡ-୧୯ ସେଲ ଖୋଲିବ। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପରି ସମସ୍ୟାର ସମାଧାନ କରାଯିବ। ତୁରନ୍ତ ନିଷ୍ପତ୍ତି ନେବା ଲାଗି ୟୁଜିସି ମଧ୍ୟ ଏକ କୋଭିଡ-୧୯ ସେଲ ଖୋଲିବ।

କମ ସମୟରେ କିଭଳି ଶିକ୍ଷାବର୍ଷର ପାଠପଢ଼ା ସରିବ ସେଥିପାଇଁ ବିକଳ୍ପ ଓ ସରଳ ପଦ୍ଧତି ଅପଣାଇବାକୁ କୁହାଯାଇଛି। ପରୀକ୍ଷା ସମୟକୁ ୩ରୁ ୨ ଘଣ୍ଟାକୁ ହ୍ରାସ କରାଯାଇ ପାରିବ। ବିଶ୍ୱବିଦ୍ୟାଳୟଗୁଡିକ ବିଭିନ୍ନ ପରୀକ୍ଷା ଉଭୟ ଅଫ ଲାଇନ ନ ହେଲେ ଅନ ଲାଇନରେ କରାଇ ପାରିବେ। ‘ସାମାଜିକ ଦୂରତ୍ବ’ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟଗୁଡିକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପାଇଁ ଯେଉଁ ସମୟ ଉପଯୁକ୍ତ ହେବ ସେତେବେଳେ ପରୀକ୍ଷା କରାଇପାରିବେ। ବିଶ୍ୱବିଦ୍ୟାଳୟ ପ୍ରାକ୍ଟିକାଲ ପରୀକ୍ଷା ଓ ଭାଇବା ପାଇଁ ବିଭିନ୍ନ ଅପ୍ପ ବ୍ୟବହାର କରିପାରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏଚଡି, ଏମ.ଫିଲ ଛାତ୍ରଛାତ୍ରୀଙ୍କ ଭାଇବା କରାଇପାରିବେ।

ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଗତ ମେ’ ୩୧ ଯାଏ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନରେ ଶିକ୍ଷା ଦିଆଯିବ। ଜୁନ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରୋଜେକ୍ଟ ରିପୋର୍ଟ/ଇଣ୍ଟର୍ଣ୍ଣସିପ୍‌ ୱର୍କ/ ପ୍ଲେସମେଣ୍ଟ ଡ୍ରାଇଭ ଆଦି କରାଯାଇ ପାରିବ। ଜୁନ ୧୬ରୁ ୩୦ ଯାଏ ଗ୍ରୀଷ୍ମ ଛୁଟି ରହିବ। ଜୁଲାଇ ୧ରୁ ୧୫ ମଧ୍ୟରେ ଟର୍ମିନାଲ ପରୀକ୍ଷା କରାଇ ୩୧ ଜୁଲାଇ ସୁଦ୍ଧା ଫଳ ପ୍ରକାଶ କରିବାକୁ କୁହାଯାଇଛି। ସେହିପରି ଜୁଲାଇ ୧୬ରୁ ୩୧ ମଧ୍ୟରେ ଇଣ୍ଟରମିଡିଏଟ ପରୀକ୍ଷା କରାଇ ଅଗଷ୍ଟ ୧୪ ସୁଦ୍ଧା ଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଗଷ୍ଟ ମାସରେରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିବ। ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବରରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ୨୦୨୧ ଜାନୁଆରୀ ୧ରୁ ୨୫ ମଧ୍ୟରେ ସେମିଷ୍ଟର ପରୀକ୍ଷା କରାଯିବ। ଜାନୁଆରୀ ୨୭ରୁ ପୁଣି ଥରେ ପାଠପଢା ଆରମ୍ଭ ହୋଇ ମେ’ ୨୫ରେ ସରିବ। ୨୦୨୧ ମେ ୨୬ରୁ ଜୁନ ୨୫ ଯାଏ ପରୀକ୍ଷା କରାଯିବ। ଜୁଲାଇରେ ଗ୍ରୀଷ୍ମ ଛୁଟି ହେବା ସହ ଅଗଷ୍ଟ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe