କଟକ ଓ ଭୁବନେଶ୍ୱରରେ କାହିଁକି ବଢ଼ୁଛି ସଂକ୍ରମଣ: କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକ ଓ ଭୁବନେଶ୍ୱରରେ କାହିଁକି ବଢ଼ୁଛି ସଂକ୍ରମଣ: କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ କାହିଁକି ବଢୁଛି ସଂକ୍ରମଣ। ଏହାର କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ ପ୍ରବାସୀଙ୍କ ସଂଖ୍ୟା ଅଧିକା ଥିବାରୁ ସଂକ୍ରମଣ ବଢୁଛି ଓ ବଢିବ। କଣ୍ଟାକ୍ଟ ଟ୍ରେସିଂ ଯୋଗୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ସ୍ଥାନୀୟ ଗହଳି ଅଞ୍ଚଳକୁ ଅଧିକା ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର।

ସେହିପରି ୪୩% ଜେନେରାଲ ବେଡ, ୬୩% ଆଇସିୟୁ ବେଡ ଓ ୩୫% ଭେଣ୍ଟିଲେଟର ବେଡ ଫିଲଅପ୍ ଅଛି ବୋଲି ସେ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକା ସେଥିପାଇଁ ସେଠାରେ ଅଧିକା ରୋଗୀ ଭର୍ତ୍ତି ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ କମିଟି ଏବଂ ରାଜ୍ୟ ସରକାରଙ୍କ ଏକ୍ସପର୍ଟ କମିଟିଙ୍କ କଥା ଶୁଣନ୍ତୁ। ସୋସିଆଲ ମିଡିଆ କଥାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe