କୋଭିଡ ସଂକ୍ରମଣ କମିଲା, ସମସ୍ତ ପ୍ରକାରର କଟକଣା ଉଠାଇଲେ ରାଜ୍ୟ ସରକାର

କୋଭିଡ ସଂକ୍ରମଣ କମିଲା, ସମସ୍ତ ପ୍ରକାରର କଟକଣା ଉଠାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରୁ କୋଭିଡ୍‌ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗର ଟୁଇ୍‌ଟ ଅନୁସାରେ, ବିଗତ କିଛି ମାସ ହେବ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର କୋଭିଡ୍‌ ପାଇଁ ଲାଗୁ କରିଥିବା ସମସ୍ତ କଟକଣାକୁ ଉଠାଇ ଦେଇଛନ୍ତି। ତେବେ ଯେଉଁଠି ଆବଶ୍ୟକ ପଡ଼ିବ, ସେଠାରେ ସ୍ବେଚ୍ଛାରେ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ଅତୀତରେ କୋଭିଡ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ। କୋଭିଡ ଆଇନ୍‌-୨୦୨୦ ଅନୁଯାୟୀ ଆବଶ୍ୟକତା ଠାରୁ ଅଧିକ ଭିଡ଼ ଲଗାଉଥିବା ଲୋକଙ୍କ ଉପରେ ଜରିମାନା ଲାଗୁ କରିଥିଲେ। ସେହିପରି ବିନା ମାସ୍କରେ ବୁଲିବା, ଛେପ ପକାଇଲେ ମଧ୍ୟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ଏପ୍ରିଲ ମାସରେ ରାଜ୍ୟରେ କରୋନା ଦେଖାଯିବା ପରେ ଏପର୍ଯ୍ୟନ୍ତ ୯୨୦୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମୋଟ ୩୩୯୭୩୪୫୫ ଜଣଙ୍କର କରୋନା ନମୁନା ପରୀକ୍ଷା ହୋଇଥିଲା ବେଳେ ସେଥିରୁ ୧୩୩୬୩୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe