ବ୍ରହ୍ମପୁର: କୋଭିଡ଼୍‌-୧୯ ହସ୍‌ପିଟାଲରୁ ୨ଜଣ କରୋନା ରୋଗୀ ଫେରାର୍

Advertisment
ହାଇଟେକ୍‌ ହାତରେ ଟାଟା କୋଭିଡ୍‌ ହସ୍‌ପିଟାଲ୍

prameyanews.com

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଟାଟା କୋଭିଡ଼୍‌-୧୯ ହସ୍‌ପିଟାଲରୁ ୨ଜଣ କରୋନା ରୋଗୀ ଫେରାର୍‌ ହୋଇ ଯାଇଛନ୍ତି। କୋଭିଡ଼ ହସ୍‌ପିଟାଲ୍‌ ପକ୍ଷରୁ ସନ୍ଦୀପ ମିଶ୍ରଙ୍କ ଏତଲା ଆଧାରରେ ଗୋପଳପୁର ଥାନାରେ କେସ୍‌ ରୁଜୁ ହୋଇଛି। ଗତ ୩ ତାରିଖ ମଧ୍ୟରାତିରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏ ଦୁଇ ଜଣ ଖୋର୍ଦ୍ଧା ବାଦଗଡ଼ ବ୍ରିଟ୍‌ କଲୋନୀର ଅର୍ଜୁନ ସ୍ବାଇଁ ଓ ରମେଶ ଚନ୍ଦ୍ର ପ୍ରଧାନ ଅବକାରୀ ଗୁଇନ୍ଦା ଟିମ୍‌ ଦ୍ବାରା ୧କ୍ବିଣ୍ଟାଲ୍‌ ଗଂଜେଇ ଓ ଏକ ଟାଟା ସୁମୋ ସହ ଗିରଫ ହୋଇ ୪ ତାରିଖରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ ହୋଇଥିଲେ।

ଜେଲ୍‌ରେ ଉଭୟଙ୍କ ସ୍ବାବ୍‌ ସଂଗ୍ରହ କରା ଯାଇଥିଲା। ୮ ତାରିଖରେ ପଜିଟିଭ୍‌ ଆସିବା ପରେ ଉଭୟଙ୍କୁ କୋଭିଡ୍‌ କେୟାର୍‌ ସେଣ୍ଟର୍ ‌ଓ ପରେ ଗତ ୧୦ ତାରିଖରେ ଟାଟା କୋଭିଡ଼୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଉଭୟେ ଡାକ୍ତରଖାନା କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଖସି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe