କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାୟଗଡ଼ାର ଅଶୋକ ସିନେମା ହଲ୍ ସିଲ୍

କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାୟଗଡ଼ାର ଅଶୋକ ସିନେମା ହଲ୍ ସିଲ୍

ରାୟଗଡ଼ା: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଯେଉଁଠି କୋଭିଡ୍ ନିୟମର ଉଲ୍ଲଂଘନ ଘଟଣା ସାମ୍ନାକୁ ଆସୁଛି, ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ରାୟଗଡ଼ାରେ ବି କରୋନା କଟକଣାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ଏହି କ୍ରମରେ ଆଜି ସିଲ୍ ହୋଇଛି ଅଶୋକ ସିନେମା ହଲ୍। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଅଶୋକ ସିନେମା ହଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଓ ଏସପି ଚଢ଼ାଉ କରି ଏହାକୁ ସିଲ୍ କରିଛନ୍ତି। ସେହିପରି ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଛି ପ୍ରଶାସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe