ଭୁବନେଶ୍ବର: ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ଯିବାକୁ ମନା କରାଯାଇଛି ବୋଲି ଜନସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସେ କହିଛନ୍ତି ଯେ କରୋନା ସଂକ୍ରମଣ ବଢ଼ିଥିବାରୁ ନୂଆପଡ଼ାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରିଛି ପ୍ରଶାସନ। ଲୋକଙ୍କୁ ସଚେତନ କରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି।
ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ନୂଆପଡା, ବରଗଡ଼, ଖୋର୍ଦ୍ଧା ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ହଷ୍ଟେଲ ଥିବା ସ୍ଥାନରେ ଟେଷ୍ଟ ପାଇଁ କୁହାଯାଇଛି। ନୂଆପଡା ଜିଲ୍ଲାରେ ଅଧିକ ସଂକ୍ରମଣଙ୍କୁ ନଜରରେ ରଖି ପଡ଼ୋଶୀ ରାଜ୍ୟକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି।
ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ଯିବାକୁ ମନା କରାଯାଇଛି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
Advertisment
Follow Us