ଆଇଜିଏଚ୍‌ରେ ଆରମ୍ଭ ହେଲା କୋଭିଡ-୧୯ ପରୀକ୍ଷା, ପ୍ରଥମ ଦିନରେ ପରୀକ୍ଷା ପାଇଁ ଗଲା ୨୮ ନମୁନା

ଆଇଜିଏଚ୍‌ରେ କରୋନା ପରୀକ୍ଷା ପାଇଁ ଅନୁମତି

.jagran.com

ରାଉରକେଲା : ପ୍ରତୀକ୍ଷାର ଅନ୍ତ ହେଲା। ଏଥର କୋଭିଡ୍‌-୧୯ ପରୀକ୍ଷା ଓ ରିପୋର୍ଟ ପାଇବାକୁ ଆଉ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବନି। ଆଜିଠାରୁ ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ୍‌)ରେ କୋଭିଡ-୧୯ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଆଜି ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ୨୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି। ଏଥିରେ ଆର୍‌ଜିଏଚ୍‌ରୁ ସଂଗୃହୀତ ୧୧ଟି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସଂଗୃହୀତ ୧୭ଟି ନମୁନା ଅଛି। ଏଠାରେ ଦୈନିକ ୪୦/୫୦ଟି ନମୁନା ପରୀକ୍ଷା କରାଯାଇପାରିବ। ନମୁନା ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଉପକରଣ ଉପଲବ୍ଧ କରାଯାଇଛି। ଆର୍‌ଏମ୍‌ଆର୍‌ସି (ଭୁବନେଶ୍ଵର) ଏବଂ ଏମ୍‌ସ (ଭୁବନେଶ୍ଵର)ରେ ପ୍ରଶିକ୍ଷିତ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ଏହି ପରୀକ୍ଷା କରିବେ। ସ୍ଥାନୀୟ କୋଭିଡ୍‌ ହସପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ସନ୍ଦିଗ୍ଧ ରୋଗୀଙ୍କଠାରୁ ସଂଗୃହୀତ ନାସା ଓ ଗଳା ସ୍ଵାବ୍‌ ଏଠାରେ ପରୀକ୍ଷା କରାଯିବ। ଗୋଟିଏ ବ୍ୟାଚ୍‌ ନମୁନାର ଫଳାଫଳ ମିଳିବା ନିମନ୍ତେ ସାଧାରଣତଃ ୬ରୁ ୭ ଘଣ୍ଟା ସମୟ ଲାଗିଥାଏ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆର୍‌ଏସ୍‌ପି ସିଇଓ ଦୀପକ ଚଟ୍ଟରାଜ, ଆର୍‌ଏସ୍‌ପି ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ ଡା. ଏସ.ଏସ.ପତି ଆଜି ଏହି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୯ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରାଉରକେଲା ସରକାରୀ ହସପିଟାଲରୁ ୧୫୯ଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସୁନ୍ଦରଗଡ଼)ରୁ ୪୬ଟି ଓ ଆଇଜିଏଚ୍‌ରୁ ୪ଟି ନମୁନା ପଠାଯାଇଥିଲା। ଏଥିମଧ୍ୟରୁ ୧୭୩ଟି ନମୁନାର ରିପୋର୍ଟ ଆସିଛି। ତନ୍ମଧ୍ୟରୁ ୨ଟି ପଜିଟିଭି୍‌ ଆସିଥିବାବେଳେ ୧୭୧ଟି ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ୩୬ଟି ନମୁନାର ରିପୋର୍ଟ ଏଯାଏ ଆସିନାହିଁ। ଗତ ଏପ୍ରିଲ ୨ ତାରିଖରେ ପଠାଯାଇଥିବା ନମୁନାଗୁଡ଼ିକର ହାତଗଣତି କେତୋଟି ରିପୋର୍ଟ ଆସିଥିବାବେଳେ ବାକି ସବୁର ରିପୋର୍ଟ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe