ରାଜ୍ୟର ଆଉ ୨ଟି ସ୍ଥାନରେ ଆରମ୍ଭ ହେଲା କୋଭିଡ-୧୯ ନମୁନା ପରୀକ୍ଷା

Advertisment
ସିମୁଳିଆ : ମହିଳା ସରପଞ୍ଚ କରୋନା ପଜିଟିଭ୍‌

Shutterstock

ଭୁବନେଶ୍ୱର: ରାଜ୍ୟର ଆଉ ୨ଟି ସ୍ଥାନରେ କୋଭିଡ-୧୯ ନମୁନା ପରୀକ୍ଷା ଆରମ୍ଭ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରାଉରକେଲାସ୍ଥିତ ଆଇଜିଏଚ ଓ ଭୁବନେଶ୍ୱରସ୍ଥିତ ଇଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସସେସରେ ଏହି କୋଭିଡ-୧୯ ନମୁନା ପରୀକ୍ଷା ଆରମ୍ଭ ହୋଇଛି ।

ପୂର୍ବରୁ ଭୁବନେଶ୍ୱରସ୍ଥିତ ଏମ୍ସ, ଆରଏମଆରସି, କଟକର ଏସସିବିରେ କୋଭିଡ ନମୁନା ପରୀକ୍ଷା ଜାରି ଥିବା ବେଳେ ଏପ୍ରିଲ ୧୨ ତାରିଖ ଠାରୁ ବ୍ରହ୍ମପୁରର ଏମକେସିଜିରେ କୋଭିଡ-୧୯ ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା । ତେବେ ଏମକେସିଜିରେ ଏପ୍ରିଲ ୧୨ରେ ୪ଟି, ୧୩ରେ ୯ଟି ଓ ଆଜି ୯ କୋଭିଡ-୧୯ ନମୁନା ପରୀକ୍ଷା ହୋଇଛି । ଏଠାରୁ ନମୁନା ପରୀକ୍ଷା ହେବା ପରେ ରିପୋର୍ଟ ଭୁବନେଶ୍ୱରସ୍ଥିତ ଆରଏମଆରସିକୁ ପଠାଯାଇଛି । ସେହିପରି ଖୁବ ଶୀଘ୍ର ବୁର୍ଲାରେ କୋଭିଡ-୧୯ ପରୀକ୍ଷା ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe