ଭୁବନେଶ୍ବରରେ ୬ଟି ଟିକାକରଣ କେନ୍ଦ୍ରରେ ଦିଆଯିବ କୋଭାକ୍ସିନ ଟିକା

Advertisment
ଭୁବନେଶ୍ବରରେ ୬ଟି ଟିକାକରଣ କେନ୍ଦ୍ରରେ ଦିଆଯିବ କୋଭାକ୍ସିନ ଟିକା

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ଜଣାଯାଇଛି। ରାଜଧାନୀରେ ମୋଟ୍ ୬ଟି ଟିକାକରଣ କେନ୍ଦ୍ର କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରସ୍ତୁତି ସାରିଛନ୍ତି। ତେବେ କେଉଁମାନଙ୍କୁ କରୋନା ଟିକା ଦିଆଯିବ, କେଉଁମାନଙ୍କୁ ଦିଆଯିବ ନାହିଁ। ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତି ହୋଇଥିବା ରୋଗୀ, ୧୪ ଦିନ ଭିତରେ କୌଣସି ଟିକା ନେଇଥିଲେ ତାଙ୍କୁ କରୋନା ଟିକା ଦିଆଯିବ ନାହିଁ।

ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯିବ। ଅନ୍ୟ ସବୁଠାରେ କୋଭିସିଲଡ୍ ଟିକା ଦିଆଯିବ। ରାଜଧାନୀରେ ମୋଟ୍ ୫ଟି ଟିକାକରଣ କେନ୍ଦ୍ର କରାଯାଇଥିଲା । ତେବେ ଏମସକୁ ମିଶାଇ ଏହି ଟିକାକରଣ କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ଦୈନିକ ଶହେଜଣଙ୍କୁ କରୋନା ଟିକା ଦିଆଯିବ। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି । ୯ ହଜାର ଲୋକଙ୍କୁ ଏଠାରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ। ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ। ଏନେଇ ବିଏମସି କମିସନର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe