ଭଦ୍ରକ ଜିଲ୍ଲାରେ ୪ ହଜାର ଛୁଇଁବ କରୋନା ଆକ୍ରାନ୍ତ

ଭଦ୍ରକ ଜିଲ୍ଲାରେ ୪ ହଜାର ଛୁଇଁବ କରୋନା ଆକ୍ରାନ୍ତ

Michael O'Brien MP

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଆଜି ପୁଣି ନୂଆ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଏଇ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ୩୯୪୧ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆସିନ୍ତାକାଲିର ରିପୋର୍ଟ ଆସିଲେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର ହୋଇଯିବ। ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷକରି ସରକାରୀ କଟକଣା ସବୁ ଉଠିଯିବା ପରେ କୋଭିଡ୍ ନିୟମକୁ ଆଉ ଲୋକେ ମାନିବାକୁ ପ୍ରସ୍ତୁତ ହେଉ ନାହାନ୍ତି। ମୁହଁରେ ମାକ୍ସ ନାହିଁ। ସାମାଜିକ ଦୂରତା ରକ୍ଷା କରିବାର ନାହିଁ। ଖୋଲମ ଖୋଲା ବଜାରରେ ବୁଲିଲେଣି ଲୋକେ। ଏହାକୁ ନେଇ କରୋନାର ସଂଖ୍ୟା ବୃଦ୍ଧି ପାଉଛି।

ଅନ୍ୟପଟରେ କରୋନାରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୧୦ରେ ପହଞ୍ଚିଥିବା ବେଳେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ଜିଲ୍ଲାରେ ଆଉ କିଛି ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ କରୋନା ଜନିତ କାରଣରୁ ମୃତ୍ୟୁ କୁହାଯାଉ ନଥିବା ବେଳେ ମୃତ୍ୟୁର ମୂଳରେ କିନ୍ତୁ କରୋନା ଆକ୍ରାନ୍ତ ରହିଛି। ଅନ୍ୟ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିବା ବହୁ ରୋଗୀ ଏବେ କରୋନା ଭୟରେ ମେଡିକାଲକୁ ଆସି ଚିକିତ୍ସିତ ହୋଇ ପାରୁନାହାନ୍ତି। ଘରେ ରହି ଅନେକ ରୋଗୀଙ୍କର ମୃତ୍ୟୁ ଘଟୁଥିବା ନେଇ ଖବର ଆସୁଛି। ଜିଲ୍ଲାବାସୀଙ୍କୁ କରୋନା କଲବଲ କରୁଥିବା ବେଳେ କରୋନା ଦାଉରୁ ଉଦ୍ଧାର ପାଇଁ ଆଉ ବିକଳ୍ପ ବ୍ୟବସ୍ଥା କିଛି ନାହିଁ। ଜିଲ୍ଲାରେ ଯେଉଁ କରୋନା ହସପିଟାଲ ଖୋଲା ଯାଇଛି ସେଠାରେ ଘୋର ଅବ୍ୟବସ୍ଥା ରହିଥିବା ବେଳେ ବିଭିନ୍ନ ସମୟରେ ରୋଗୀମାନେ ଅଭିଯୋଗ ଉଠାଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ ୬୩ ହଜାର ଲୋକଙ୍କର ସ୍ବାବ ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ହଜାର ଆକ୍ରାନ୍ତ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିବା ବେଳେ ୯ ଶହରୁ ଉର୍ଦ୍ଧ୍ବ ଆକ୍ରାନ୍ତ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe