ଆସିଲା ୫ ହଜାର ଆଣ୍ଟିଜେନ୍ କିଟ୍ : ଭୁବନେଶ୍ବର, କଟକ ଓ ଗଞ୍ଜାମରେ ଆରମ୍ଭ ହେବ ପରୀକ୍ଷା‌

Advertisment
ଆସିଲା ୫ ହଜାର ଆଣ୍ଟିଜେନ୍ କିଟ୍ : ଭୁବନେଶ୍ବର, କଟକ ଓ ଗଞ୍ଜାମରେ ଆରମ୍ଭ ହେବ ପରୀକ୍ଷା‌

livemint.com

ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିଲା ୫ହଜାର ଆଣ୍ଟିଜେନ୍ କିଟ୍। ଏହି କିଟ୍‌କୁ ଗଞ୍ଜାମ, କଟକ ଓ ଭୁବନେଶ୍ବରରେ ପରୀକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ନିକଟରେ ଆରଏମ୍‌ଆରସି ଭୁବନେଶ୍ବର ପକ୍ଷରୁ ୫ ହଜାର ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି। ଆଜି ଏହି କିଟ୍ ପହଞ୍ଚିବା ପରେ ଖୁବ୍‌ଶୀଘ୍ର ଏହି ୩ସ୍ଥାନରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ରାପିଡ୍ ଆଣ୍ଟିଜେନ୍‌ କିଟ୍‌କୁ ଆରଏମ୍‌ଆରସି ପକ୍ଷରୁ ଅନୁମୋଦନ ଦିଆଯାଇଛି। ଦେଶବ୍ୟାପୀ ଏହି ପରୀକ୍ଷା କରାଯିବ। ରାଜ୍ୟ ସରକାର ଦକ୍ଷିଣ କୋରିଆର ଏକ କମ୍ପାନିଠାରୁ ଏହି ଆଣ୍ଟିଜେନ୍ କିଟ୍‌ ଆଣିଛନ୍ତି। ଗଞ୍ଜାମରେ ୨୫୦୦, କଟକ ୨ହଜାର ଓ ଭୁବନେଶ୍ବରରେ ୫ଶହ କିଟ୍ ଜରିଆରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ନିକଟରେ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବହୁ ସଂଖ୍ୟାରେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏହାସହ ରାଜଧାନୀର ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲରୁ ରୋଗୀଙ୍କ ସମେତ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ନଜରକୁ ଆସିଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏହି ୩ଟି ସ୍ଥାନରେ ଆଣ୍ଟିଜେନ୍ କିଟ୍ ଜରିଆରେ ପରୀକ୍ଷା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe