ସରିଲା କୋଭିଡ ବୁଷ୍ଟର ଡୋଜ୍ ଟିକାକରଣ

Advertisment
ୟୁନିସେଫ୍‌ ରିପୋର୍ଟ: ମହାମାରୀ ବି ଟିକାକରଣକୁ ରୋକିପାରିନାହିଁ, ଦେଶରେ ଓଡ଼ିଶା ଆଗରେ

sfchronicle.com

ଭୁବନେଶ୍ବର : ରାଜ୍ୟକୁ କେନ୍ଦ୍ରଠାରୁ ମିଳିଥିବା ୧ଲକ୍ଷ ପ୍ରିକସନ୍ ଡୋଜ୍ ଟିକା ଆଜି ଶେଷ ହୋଇଛି। ଆଉ ୧୪୦ ଡୋଜ୍ ବଳକା ଥିବା ବେଳେ ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି। କେନ୍ଦ୍ର ସରକାରଠାରୁ ଆଉ ପ୍ରିକସନ୍ ଡୋଜ୍ ନେଇ କୌଣସି ସୂଚନା ଆସି ନ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ଟିକାର କମ୍ ଅବଧି ପାଇଁ ଆଣିବାକୁ ଇଚ୍ଛୁକ ନ ଥିବା ସୂଚନା ମିଳିଛି।

କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଗତମାସରେ ରାଜ୍ୟ ସରକାର ପ୍ରିକସନ୍ ଡୋଜ୍ ଯୋଗାଇ‌ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ଲକ୍ଷ ଡୋଜ୍ କୋଭିସିଲ୍‌ଡ ଯୋଗାଇ ଦିଆଯାଇଥିଲା। ମାତ୍ର ରାଜ୍ୟରେ ମଧ୍ୟ ପ୍ରିକସନ୍ ଡୋଜ୍ ଟିକା ନେବା ପାଇଁ ସେତେଟା ଆଗ୍ରହ ଦେଖାଉ ନ ଥିବା ଦେଖିବାକୁ ମିଳିଥିଲା। ଏହାସହ ରାଜ୍ୟକୁ ମିଳିଥିବା ଟିକାର ଅବଧି ଯଥେଷ୍ଟ କମ୍ ରହିଥିଲା। ତେଣୁ ଯଥାଶୀଘ୍ର ଟିକାକୁ ଶେଷ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମିଳିଥିବା ୧ଲକ୍ଷ ଟିକା ଶେଷ ହୋଇଛି। ଲୋକଙ୍କ ମଧ୍ୟ ପ୍ରିକସନ୍ ଡୋଜ୍ ପାଇଁ ଆଗ୍ରହ ନାହିଁ। କେନ୍ଦ୍ରରୁ ଆସୁଥିବା ଟିକାର କମ୍ ଅବଧି ରହୁଛି, ତେଣୁ ଆଉ ଟିକା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe