ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟା ମଧ୍ୟରେ ୬୫୯୯ ଆକ୍ରାନ୍ତ ଚିହ୍ନଟ

Advertisment
ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟା ମଧ୍ୟରେ ୬୫୯୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେବେ ସଙ୍ଗରୋଧ କେନ୍ଦ୍ରରୁ ୩୮୨୭ ଜଣ ଚିହ୍ନଟ ହୋଇଥିବାବେଳେ ୨୭୭୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୮୭ ଜଣ, ବାଲେଶ୍ୱରରୁ ୧୩୭ ଜଣ, ବରଗଡ଼ରୁ ୨୦୩ ଜଣ, ଭଦ୍ରକରୁ ୮୭ ଜଣ, ବଲାଙ୍ଗୀରରୁ ୯୮ ଜଣ, ବୌଦ୍ଧରୁ ୭୦ ଜଣ, କଟକରୁ ୪୮୮ ଜଣ, ଦେବଗଡରୁ ୩୮ ଜଣ, ଢେଙ୍କାନାଳରୁ ୨୦ ଜଣ, ଗଜପତିରୁ ୮୧ ଜଣ, ଗଞ୍ଜାମରୁ ୩୨୩ ଜଣ, ଜଗତସିଂହପୁରରୁ ୯୩ ଜଣ ଚିହ୍ନଟ ହୋଇଛନ୍ତି |


ଯାଜପୁରରୁ ୨୩୭ ଜଣ, ଝାରସୁଗୁଡ଼ାରୁ ୪୩୬ ଜଣ, କଳାହାଣ୍ଡିରୁ ୫୨୮ ଜଣ, କନ୍ଧମାଳରୁ ୩୫ ଜଣ. କେନ୍ଦ୍ରାପଡ଼ାରୁ ୩୮ ଜଣ, କେଉଁଝରରୁ ୧୬୬ ଜଣ, ଖୋର୍ଦ୍ଧାରୁ ୯୫୮ ଜଣ, କୋରାପୁଟରୁ ୬୯ ଜଣ, ମାଲକାନଗିରିରୁ ୨୨ ଜଣ, ମୟୁରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁର ୨୨୧ ଜଣ, ନୟାଗଡ଼ରୁ ୯୧ ଜଣ, ନୂଆପଡ଼ାରୁ ୫୫୧ ଜଣ, ପୁରୀରୁ ୧୪୫ ଜଣ, ରାୟଗଡ଼ାରୁ ୧୧୭ ଜଣ, ସମ୍ବଲପୁରରୁ ୨୨୬ ଜଣ, ସୋନପୁରରୁ ୧୨୯ ଜଣ, ସୁନ୍ଦରଗଡ଼ରୁ ୪୩୪ ଜଣ ଓ ଷ୍ଟେଟ ପୁଲରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି |

ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୪ ଜଣ ସୁସ୍ଥ ହୋଇଥିବାବେଳେ ସମୁଦାୟ ୪୧୪୦୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଅନ୍ୟପଟେ ୪୯୦୭୫ ଜଣ ସକ୍ରିୟ ମାମଲା ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe