TV9 Bharatvarsh
ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିପାରେ କରୋନା। ଗତ ଦୁଇଦିନ ଧରି ରାଜ୍ୟରେ ୧୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଦେଶର କିଛି ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିଲେ ହେଁ ଓଡ଼ିଶା ବର୍ତ୍ତମାନ ଆତଙ୍କିତ ହେବା ଭଳି ପରିସ୍ଥିତି ଉପୁଜିନାହିଁ।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ଓ ରବିବାର ରାଜ୍ୟରେ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦ ରହିଛି। ଚଳିତମାସର ପ୍ରଥମ ୨ସପ୍ତାହରେ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଏକ ଅଙ୍କରେ ରହିଥିଲା। ମାତ୍ର ତାହା ଏବେ ବୃଦ୍ଧି ପାଉଛି। ନିକଟରେ ରାଜ୍ୟ ସରକାର ଥଣ୍ଡା, କାଶ ଓ ଜ୍ବର ସହିତ କୋଭିଡ ସଂକ୍ରମଣ ଉପରେ ନଜର ରଖିବା ଲାଗି କହିଥିଲେ। ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନଙ୍କ ନମୁନା ପରୀକ୍ଷା ପାଇଁ ସିଡିଏମ୍ଓମାନଙ୍କୁ କୁହାଯାଇଛି। ରାଜ୍ୟରେ ଏବେ ଦୈନିକ କୋଭିଡ ନମୁନା ପରୀକ୍ଷା ୫ହଜାର ତଳେ ରହିଛି।
Follow Us